ଜିଲା ବୋଇତବନ୍ଦାଣ ସମିତିର ଜିଲା ସ୍ତରୀୟ ପ୍ରତିଯୋଗୀ ସମାବେଶ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୭ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲା ସ୍ତରୀୟ ପ୍ରତିଯୋଗୀତା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ନୃତ୍ୟ(ଭଜନ), ଝୋଟି(ମୁରୁଜ) ଓ ମେହେନ୍ଦୀ ପ୍ରଭୃତି ବିଭାଗରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ବିଚାରକ ଭାବରେ ଡ. ହିମାଂଶୁ ପରିଡା, ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ଡ. ଶ୍ରୀନିବାସ ମହାନ୍ତି, ଗବେଷକ ନିରଞ୍ଜନ ମେକାପ, ଶରତ ଚନ୍ଦ୍ର ଧଳ, ଅବନ୍ତୀ ବେହେରା, ଜୟଶ୍ରୀ ଦାସ, ମିନତୀପ୍ରଭା ସ୍ୱାଇଁ, ଅଜୟ ପଣ୍ଡା, ନିରଞ୍ଜନ ସାହୁ ଓ ରଣଧୀର ଜେନା ପ୍ରମୁଖ ଯୋଗଦେଇଥିଲେ । ବିଗତ ବର୍ଷମାନଙ୍କ ଭଳି କଲେଜର ଅଧ୍ୟକ୍ଷ ମଥୁରୀ ଚରଣ ନାୟକଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏଥିରେ ସହଯୋଗ କରିଥିବାରୁ ସମିତି ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ଉପସଭାପତି ରବିନାରାୟଣ ମହାନ୍ତି, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, ଗୋଲେଖ ପଢିଆରୀ, କମଳାକାନ୍ତ ବେହେରା,ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ନିରଞ୍ଜନ ବେହେରା, ରଜନୀକାନ୍ତ ଦାସ, ପ୍ରଫୁଲ୍ଲ କୁମାର ଜେନା, ଅଶୋକ ସାହୁ ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିିତ ହୋଇଥିଲା । ଆସନ୍ତା ନଭେମ୍ବରମାସ ୫ତାରିଖରେ ବୋଇତ ବନ୍ଦାଣ ଉତ୍ସବ ସ୍ଥାନୀୟ ଟାଉନହଲ ପରିସରରେ ସକାଳ ୧୦ଟାରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଏଥିସହିତ ସକାଳ ୮ଟାରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବାକୁ ମୁଖ୍ୟଉପଦେଷ୍ଟା ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *