ଭୁବନ ୨୧/୧୦/୨୦୨୫ (ଓଡ଼ିଶା ସମାଚାର)- ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା ‘ କାଳୀ ଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୭୬ ମସିହାରେ ସ୍ବର୍ଗତ କେଶବ ସାହୁ,ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ କାଳୀ ବଜାର ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୫୦ ତମ ( ସ୍ଵର୍ଣ୍ଣ ଜୟନ୍ତୀ )ବାର୍ଷିକ କାଳୀ ପୂଜା ପାଳନ କରୁଛି ।
ସଭାପତି ସମୀର କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ କାଳୀ ବଜାର ବଣିକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ବ୍ୟବସାୟୀ ଭାଇ ମାନେ ସହଯୋଗ କରୁଛନ୍ତି । ଏହି ଅବସରରେ ଆସନ୍ତା ୨୩ ତାରିଖ ଗୁରୁବାର ମା ଙ୍କ ବଡ଼ ପୂଜାରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ର ଆୟୋଜନ ହୋଇଛି । ସ୍ଵର୍ଣ୍ଣ ଜୟନ୍ତୀ ପାଇଁ ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ସମଗ୍ର ଝଲସୁଛି। ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୫ ତାରିଖ ଡି ଫର୍ ଡ୍ୟାନ୍ସ ( ଭୁବନ ଚାମ୍ପିଅନ) , ୨୬ ତାରିଖ ସଙ୍ଗମ ଲାଇଫ ସଙ୍ଗୀତ ସନ୍ଧ୍ୟା,୨୭ ତାରିଖ ଆରୀୟନ କ୍ରିଏଟିଭ ମ୍ୟୁଜିକ ମସ୍ତି ଓ ୨୮ ତାରିଖ ଗୀତ ବାହାର କଂସର୍ଟ ନାଇଟ ପରିବେଷଣ କରାଯିବ ଏବଂ ୩୦ ତାରିଖ ଗୁରୁବାର ଭସାଣି ଯାତ୍ରା ଅନୁଷ୍ଠିତ ହେବ ।
