କେନ୍ଦ୍ରାପଡ଼ା,୧୭/୧୦/୨୦୨୫(ଓଡ଼ିଶା ସମାଚାର)-ନୂତନ ଶ୍ରମ ଆଇନକୁ ପ୍ରତ୍ୟାହାର କରାଯିବା ଦାବିରେ କେନ୍ଦ୍ରାପଡା ସି.ଆଇ.ଟି.ୟୁ. ପକ୍ଷରୁ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଶ୍ରମିକମାନଙ୍କର କେଚ୍ଚଣସି ଉପକାର କରିବା ବଦଳରେ ଦଳର ହୁକୁମକୁ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ଫ୍ରାକ୍ଟ୍ରୀ ଆଇନକୁ ସଂଶୋଧନ କରାଯାଇଛି ।
ସେଥିରେ ୧୮୮୫ମସିହା ଆନ୍ତର୍ଜାତିକ ଶ୍ରମ ଦିବସ ମଇ ପହିଲା ଠାରୁ ଚଳି ଆସିଥିବା ଶ୍ରମିକଙ୍କ ଦୈନିକ ଆଠଘଂଟା କାର୍ଯ୍ୟ ସମୟକୁ ବଦଳାଯାଇ ଦୈନିକ ୧୦ଘଂଟା କାର୍ଯ୍ୟ କରିବାକୁ ନୂତନ ଆଇନରେ ବ୍ୟବସ୍ଥା କରାଯାଇଛି । ଏହା ଶ୍ରମିକ ଶ୍ରେଣୀର ସ୍ୱାର୍ଥ ବିରୋଧୀ ଅଟେ । ଆନ୍ତର୍ଜାତିୟ ଶ୍ରମସଂସ୍ଥାର ବିନା ଅନୁମତିରେ ଶ୍ରମିକଙ୍କ ଶ୍ରମ କରିବାର ସମୟକୁ ପରିବର୍ତନ କରାଯାଇପାରିବ ନାହିଁ । କାରଣ ଭାରତ ଆଇ.ଏଲ.ଓ. ସହିତ ହୋଇଥିବା ଏକ ଚୁକ୍ତିରେ ସ୍ୱାକ୍ଷରକାରୀ ରହିବା ସହିତ ପ୍ରତିଶୃତି ବଦ୍ଧ ଅଟେ ।
ରାଜା, ରାଜୁଡା ଓ ଜମିଦାରଙ୍କ ସମୟରେ ଯେପରି ଶ୍ରମିକମାନେ ବେଠି ଓ ବେଗାରୀ ଖଟୁଥିଲେ ସେହିପରି ଆଦାନୀ,ଆମ୍ବାନୀ ଓ ବେଦାନ୍ତ ପରି ପୁଞ୍ଜିପତିଙ୍କ ପଦଲେହନ କରି ସେମାନଙ୍କ ପୁଞ୍ଜିର ସୁରକ୍ଷା ବୃଦ୍ଧି ପାଇଁ ଏହି ଶ୍ରମ ଆଇନକୁ ସଂଶୋଧିତ କରାଯାଇ ଓଡିଶା ଭଳି ରାଜ୍ୟକୁ ଏକ କଳା ଆଇନ ପ୍ରଣୟନ କରିବାକୁ ପବର୍ତାଯାଇଛି । ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସିଆଇଟିୟୁର ଜିଲ୍ଲା ସଭାପତି ମୁକ୍ତାର ଖାଁ, ପ୍ରକାଶ ମହାନ୍ତି, କାଂଚନ ସ୍ୱାଇଁ, ମାଧବ ଦାସ, ଅକ୍ଷୟ ତରାଇ, କିଶୋର ସାହୁ, ପରମେଶ୍ୱର ସୁତାର, ନିର୍ମଳା ସିଂହ, ସ୍ନେହଲତା ଗାହାଣ, ସୁଷମା ପଣ୍ଡା, ବିନୟ ମଲିକ, ସତ୍ୟଭାମା ସାହୁ, ରବିନ୍ଦ୍ର ମହାକୁଡ, ରାଜେଶ ଖିଲାର, ଅଶୋକ କୁମାର ନାଥ, ମଥୁରୀ ମଲିକ, ମାନରଞ୍ଜନ ଷଡଙ୍ଗୀ, ତପନ ମଲିକ, ନିରାକାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
