ନିଶ୍ଚିନ୍ତକୋଇଲି,୧୬/୧୦/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)ଜନାର୍ଦ୍ଦନ ପୁର ବଢ଼େଇସାହି ଠାରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସାତଦିନ ବ୍ୟାପି ହରିବଂଶ ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି ।ଏହି ପଞ୍ଚମ ବାର୍ଷିକ କାର୍ଯ୍ୟକ୍ରମ ରେ ପ୍ରତ୍ୟହ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଭକ୍ତ ଗଣ ଯୋଗ ଦେଇ ହରିବଂଶ ପାଠ ଶ୍ରବଣ କରବା ସହ ବିଭୁ କୃପା ଲାଭ କରିଥିଲେ ।
ଶ୍ରୀ ପ୍ରହଲ୍ଲାଦ ମହାରଣା ଓ ବବଲୁ ମହାରଣା ଙ୍କ ତାତ୍ୱାବଧାନ ରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଅବସରରେ ବହୁ ଭଗବତ ପ୍ରେମୀ ଯୋଗ ଦେଇଥିଲେ । ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।
