ଏସ୍‌ସିଏସ୍‌ଟିଆରଟିଆଇରେ ଆରମ୍ଭ ହେଲା  ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ

ଭୁବନେଶ୍ୱର,୧୯/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଆରମ୍ଭ ହେଲା ରକ୍ତଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ । ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ଆଜିଠାରୁ ଦୁଇ ସପ୍ତାହ ବ୍ୟାପି ଅର୍ଥାତ ଜୁଲାଇ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏନେଇ ଆଜି ପ୍ରତିଷ୍ଠାନରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଯୋଗଦେଇ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

        କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ରକ୍ତଶିକୁଳି ରୋଗର କାରଣ, ରକ୍ତହୀନତାର ନିରାକରଣ ତଥା ରୋଗ ସମ୍ପର୍କିତ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସ୍ୱତନ୍ତ୍ର ଅଧିକାରୀ

ଶ୍ରୀ ସମରେନ୍ଦ୍ର ଭୂତିଆ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡ଼ ସଂଘମିତ୍ରା ସେଠୀ, ଶ୍ରୀଧର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କର୍ମଶାଳାରେ ଜନଜାତି ବିଭାଗର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଅନୁଷ୍ଠାନର କର୍ମଚାରୀ ଏବଂ ରାଜ୍ୟ ଜନଜାତି ସଂଗ୍ରହାଳୟର ପରିଦର୍ଶକମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *