କେନ୍ଦ୍ରାପଡା ଗଜଲକ୍ଷ୍ମୀ ଭଷାଣୀ ଉତ୍ସବରେ ଭାଇଚାରାର ନିଦର୍ଶନ

କେନ୍ଦ୍ରାପଡ଼ା,୧୪/୧୦/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ହେଉଛି ଭାଇଚାରାର ପର୍ବ । ଯାହାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଏହି ପୂଜାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ପୂଜା, ମେଲଣ ଓ ଭଷାଣୀ ଉତ୍ସବକୁ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ।

ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି ସୋମବାର ରାତିରେ ଗଜଲକ୍ଷ୍ମୀ ମେଲଣରେ ପୁରୁଣା ବସଷ୍ଟାଣ୍ଡ ମେଢ ନିକଟରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗଜଲକ୍ଷ୍ମୀ ମେଲଣ ଉତ୍ସବକୁ ହସଖୁସି ଓ ଉଲ୍ଲାସର ସହିତ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ରଞ୍ଜନ ପ୍ରଧାନ(ମୁନା), ମୀର ଆଲମ, ସେକ ଗୌଫ୍ରାନ(ଗୋପି),ସତ୍ୟବ୍ରତ ସିଂ, ଗୋଲଖ ଚନ୍ଦ୍ର ପରିଡା, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *