କଟକ ସଦର, ୨୧/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ଆଜି ରବିବାର ଦିନ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପୈ।ରୋହିତ୍ୟରେ ସୁରୁଖୁରୁରେ ଶେଷ ହୋଇଥିବା ଜଣାଯାଇଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ଆଗାମୀ ଦିନରେ ପଞ୍ଚାୟତ ମାନଙ୍କରେ ହେବାକୁ ଥିବା ଉନ୍ନୟନ କାର୍ଯ୍ୟ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ସରପଂଚ, ସମିତି ସଭ୍ୟ/ସଭ୍ୟା ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ସମିତି ଉନ୍ନୟନ ଖସଡ଼ା (ଵିପିଡିପି) ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତ୍ୟେକ ପଞ୍ଚାୟତକୁ ଦିଆଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନର ସୁ ବିନିଯୋଗ ପାଇଁ ପଞ୍ଚାୟତ ପ୍ରତିନିଧି ମାନେ ଚିଠା ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ବିଡ଼ିଓ ରୁମନା ଜାଫ୍ରି ଧନ୍ୟବାଦ ଅର୍ପଣ କରିଥିଲେ।