କଟକ ଜିଲ୍ଲା ବିଜେଡ଼ି ସଭାପତି ହେଲେ ପ୍ରଫୁଲ୍ଲ ସିଂହ 

କଟକ ସଦର , ୦୪/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନ ର ପ୍ରତିକ୍ଷା ଓ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ପ୍ରଫୁଲ୍ଲ ସିଂହ ଙ୍କୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ସୋମବାର ଦିନ ନିଯୁକ୍ତି ପ୍ରଦାନ କରିଥିବା ଜଣାଯାଇଛି। ପ୍ରଫୁଲ୍ଲ ସିଂହ ଜନତା ଦଳ ଓ ପରେ ବିଜୁ ଜନତା ଦଳ ରେ ରହି ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ପଦଵୀ ପାଇ ନିଷ୍ଠାର ସହିତ ସଂଗଠନ ଦୃଢ଼ କରିଥିବା ନଜିର ରହିଛି।

ଏହା ଜଣାପଡିବା ପରେ କଟକ ଜିଲ୍ଲା ସମେତ ନିଜ ନିର୍ବାଚନ ମଣ୍ଡଳୀ କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ  ବିଜେଡ଼ି ମହଲରେ ଖୁସି ର ଲହରୀ ଖେଳିଯାଇଛି। ଏଥିପାଇଁ ଶ୍ରୀ ସିଂହ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି।ଗତ ସାଧାରଣ ନିର୍ବାଚନ ପରଠାରୁ କଟକ ଜିଲ୍ଲା ସମେତ କଟକ ସଦର ରେ ବିଜେଡ଼ି ସଂଗଠନ ଏକ ପ୍ରକାର ସ୍ଥାଣୁ ହୋଇପଡ଼ିଥିବା ବେଳେ ପ୍ରଫୁଲ୍ଲ ଙ୍କ ନିଯୁକ୍ତି କର୍ମୀ ମହଲରେ ଆଶା ସଂଚାର କରିଛି।

Leave a Reply

Your email address will not be published. Required fields are marked *