ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଉତ୍ସବ

ସାକ୍ଷୀଗୋପାଳ,୦୯/୧୦/୨୦୨୫ (ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଉତ୍ସବ ଗୁରୁବାର ସମାରୋହରେ ପାଳିତ ହୋଇଯାଇଛି। ସଭା, ସମାଵେଶ, ଶ୍ରଦ୍ଧାଞ୍ଜଳି, ଶୋଭାଯାତ୍ରା ଓ ସେଵା ମୁଳକ କାର୍ଯ୍ୟକ୍ରମ କୁ ନେଇ କର୍ମପୀଠ ସତ୍ୟଵାଦୀ ରୁ ଜନ୍ମପୀଠ ସୁଆଣ୍ଡୋ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ  ସ୍ଥିତ ଗୋପବନ୍ଧୁ ଙ୍କ ଷଠିଘରେ, ସ୍ମୃତି ମଣ୍ଡପ, ଐତିହ୍ୟ ବିକାଶ ପ୍ରକଳ୍ପ ର ସଂଗ୍ରହାଳୟ ଓ ସଂକଳ୍ପ ପୀଠ, ବକୁଳ ବନ, ସ୍ମୃତି ସମାଧିପୀଠ, କାଦୁଆ ଆଶ୍ରମ, ବସଷ୍ଟାଣ୍ଡ ପଞ୍ଚସଖା, ସାକ୍ଷୀଗୋପାଳ ମନ୍ଦିର, ସତ୍ୟଵାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ କଲେଜ, ବିଭିନ୍ନ ବିଦ୍ୟାଳୟ, ଓଡ଼ିଆ ବିଶ୍ବଵିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସାରଙ୍ଗଯୋଡି ଓ ଗଵକୁଣ୍ଡ ମଣ୍ଡପ ରେ ପୂଣ୍ୟାତ୍ମା ଙ୍କ ପ୍ରତିମୂର୍ତ୍ତି , ସମାଧିପୀଠ ଓ ଶେଷନିଶ୍ବାସ ତ୍ୟାଗ ପୀଠରେ ମାଲ୍ୟାର୍ପଣ କରି ବିଭିନ୍ନ ବର୍ଗର ଲୋକେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଦେବି ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ତଥା ବିଜେଡିର ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ କୁମାର ଵେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ଆଇଆଇସି ବିଜୟ କେତନ ବେହେରା, ମନ୍ଦିର ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି, କଂଗ୍ରେସ ଯୁବନେତା ମନୋଜ ରଥ, ପ୍ରୟାସ ସଂଗଠନ ର ସଭାପତି କୃଷ୍ଣ ଜଗଦେବ,  ଯୁବନେତା କାମାକ୍ଷା ପ୍ରଧାନ, ଭାରତ ବିକାଶ ପରିଷଦ ସଭାପତି ସତ୍ୟବାଦୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ନାରାୟଣ ରାଉତରାୟ, ବିଷ୍ଣୁ ପ୍ରିୟା ବରାଳ ପ୍ରମୁଖ  ଶ୍ରଦ୍ଧାଞ୍ଜଳି ସମାରୋହରେ ସାମିଲ ହୋଇଥିଲେ।

କାଦୁଆ ଆଶ୍ରମ ରେ ବରିଷ୍ଠ ନାଗରିକ ସଂଘ ସଭାପତି ଗୁଣ୍ଡିଚା ବରାଳ, ଉପସଭାପତି ବିରେନ୍ଦ୍ର ଭୁଷଣ ହୋତା, ସମ୍ପାଦକ ଅମର ନନ୍ଦ ଓ ବୈଷ୍ଣବ ପରିଡା ସଭାରେ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ। ସତ୍ୟବାଦୀ କଳାକାର ସଂଘ ଉପସଭାପତି ଙ୍କ ସହିତ ଲୋକକଳା ଗ୍ରାମର କଳାକାର ମାନେ ଆଧ୍ୟାତ୍ମିକ ସାଂସ୍କୃତିକ ଶୋଭାଯାତ୍ରାରେ ସାରଙ୍ଗଯୋଡି ରୁ ସୁଆଣ୍ଡୋ ଯାତ୍ରା କରିଥିଲେ। ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସୁଆଣ୍ଡୋ ଠାରେ ସ୍ମୃତି ସଭାରେ ସଭାପତି ଧିରେନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରି କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

Leave a Reply

Your email address will not be published. Required fields are marked *