ପୋଲିସ ବଳୟ ଭିତରେ କଟକ ସହର, ଚାରିଆଡ଼େ ଶୁନଶାନ୍ ସହ ଅଜଣା ଭୟ,ଅଘଟଣ ନାହିଁ

କଟକ ସଦର,୦୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଦଶହରା ଭସାଣିରେ ଦରଘା ବଜାର ହାତୀ ପୋଖରୀ ଅଞ୍ଚଳରେ’ଜୟ ଶ୍ରୀ ରାମ’ ଗୀତ ବାଜିବାକୁ ନେଇ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ଛାତ ଉପରୁ ଶୋଭାଯାତ୍ରା ଉପରେ ଅତର୍କିତ ଢେଲା ପଥର ମାଡ଼ କରିଥିଲେ। ଏଥିପାଇଁ କଟକ ସହର ଦିନକୁ ଦିନ ଅଶାନ୍ତ ଆଡ଼କୁ ଅଗ୍ରସର ହେଉଥିଲା।

ଏହାର ପ୍ରତିବାଦ ରେ ଏଵଂ ଅପାରଗ ଜିଲ୍ଲାପାଳ ଓ ଡିସିପି ଙ୍କ ବଦଳି ଦାବି କରି ଆଜି ସୋମବାର ଦିନ ବିଶ୍ବହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେଇଥିଲା। ହେଲେ ବନ୍ଦ ର ପୂର୍ବଦିନ ଅର୍ଥାତ୍ ରବିବାର ସଂଧ୍ୟାରେ ବିଭିନ୍ନ ହିନ୍ଦୁ ସଂଗଠନ ସହିତ ହଜାର ହଜାର ଲୋକେ ସହରରେ ଭଙ୍ଗାରୁଜା, ପୋଡ଼ାଜଳା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ପୋଲିସକୁ ଲାଠି ଚାର୍ଜ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡିଥିଲା।

ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ସଂପୃକ୍ତ ଅଞ୍ଚଳରେ ୧୬୩ ଧାରା ପରେ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରାଯାଇ ସହରର ୧୩ ଟି ଥାନା ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ କାଟି ଦିଆଯାଇଥିଲା। ଆଜିର କଟକ ଵନ୍ଦ ଓ କର୍ଫ୍ୟୁ କୁ ଦୃଷ୍ଟିରେ ରଖି ଡିଜିପି ୱ।ଇଵି ଖୁରାନିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୬୦ ପ୍ଲାଟୁନ ପୋଲିସ ବଳ,୮ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ,ରାପିଡ୍ ଆକ୍ସନ ବଳ, ବିଏସଏଫ, ସିଆରପିଏଫ, ଓଡ଼ିଶା ସୁଇଫ୍ଟ ଆକ୍ସନ ବଳ ପ୍ରଭୃତି ସହରକୁ ଏକ ପ୍ରକାର ଘେରାଵନ୍ଦୀ କରି ରଖିଥିବା ଜଣାପଡିଛି। ସେଥିରେ ସହରରେ ଅତ୍ୟାଧୁନିକ ଦଙ୍ଗା ନିୟନ୍ତ୍ରଣ କାରୀ ଗାଡି ପଇଁତରା ମାରୁଛି।

ଚାରି ଆଡେ଼ ଶୁନଶାନ୍ ସହିତ ଅଜଣା ଭୟରେ ଲୋକମାନେ ଥିବା ବେଳେ କୈ।ଣସି ଠାରେ କିଛି ଅଘଟଣ ଘଟିନଥିଵା ଜଣାପଡିଛି। ଆସନ୍ତା କାଲି ମଙ୍ଗଳବାର ସକାଳ ୧୦ ଟା ପର୍ୟ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାପଡିଛି। ସେହିପରି ଜିଲ୍ଲା ପ୍ରଶାସନ ର ପ୍ରସ୍ତାବ କ୍ରମେ ଇଣ୍ଟରନେଟ୍ ସେବାକୁ ଆଉ ୨୪ ଘଣ୍ଟା ଅର୍ଥାତ୍ ଆସନ୍ତା କାଲି ମଙ୍ଗଳବାର ରାତି ପର୍ୟ୍ୟନ୍ତ ବନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *