୭ରୁ ୧୫ ବର୍ଷ ବୟସ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ
ପ୍ରାୟ ୬ କୋଟି ହେବେ ଉପକୃତ
୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ
ଗୋଟିଏ ବର୍ଷ ପାଇଁ ରହିବ ବଳବତର
ନୂଆଦିଲ୍ଲୀ, ୦୪/୧୦/୨୦୨୫(ଓଡ଼ିଶା ସମାଚାର)-ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ(ଏମବିୟୁ-୧) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଯାହା ପ୍ରାୟ ୬ କୋଟି ପିଲାଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି । ୭ରୁ ୧୫ ବର୍ଷ ବୟସ ବର୍ଗ ପାଇଁ ଏମବିୟୁ ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ ଲଙ୍କଜ୍ଞର ହୋଇସାରିଛି ଏବଂ ଏହା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ।
ପାଂଚ ବର୍ଷରୁ କମ୍ ବୟସର ପିଲା ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଂଜୀକରଣ କରିଥାନ୍ତି । ଆଧାର ପଂଜୀକରଣ ପାଇଁ ପାଂଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଙ୍ଗୁଠି ଛାପ ଏବଂ ଆଇରିସ୍ ବାୟୋମେଟ୍ରିକ୍ସ ଗ୍ରହଣ କରାଯାଏ ନାହିଁ । କାରଣ ଏହି ବୟସରେ ଏଗୁଡ଼ିକ ପରିପକ୍ୱ ହୋଇନଥାଏ । ପ୍ରଚଳିତ ନିୟମ ଅନୁଯାୟୀ, ପିଲାଟି ପାଂଚ ବର୍ଷ ବୟସରେ ପହଂଚିବା ପରେ ତା’ର ଆଧାରରେ ଆଙ୍ଗୁଠି ଛାପ, ଆଇରିସ୍ ଏବଂ ଫଟୋ ସଂଶୋଧନ କରିବା ବାଧ୍ୟତାମୂଳକ ।
ଏହାକୁ ପ୍ରଥମ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ-୧) କୁହାଯାଏ । ସେହିପରି, ଜଣେ ପିଲା ୧୫ ବର୍ଷ ବୟସରେ ପହଂଚିବା ପରେ ପୁଣି ଥରେ ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ବାଧ୍ୟ, ଯାହାକୁ ଦ୍ୱିତୀୟସଂଶୋଧନ ବା ଏମବିୟୁ-୨କୁହାଯାଏ । ପ୍ରଥମ ଏବଂ ଦ୍ୱିତୀୟ ଏମବିୟୁ, ଯଦି ଯଥାକ୍ରମେ ୫-୭ ଏବଂ ୧୫-୧୭ ବର୍ଷ ବୟସ ମଧ୍ୟରେ କରାଯାଏ, ତେବେ ଏହାମାଗଣାରେ ହୋଇଥାଏ ।
ଏହା ପରେ, ପ୍ରତି ଏମବିୟୁ ପାଇଁ ୧୨୫/- ଟଙ୍କାର ଏକ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରାଯାଏ । ଏହି ନିଷ୍ପତି ସହିତ ଏମବିୟୁ ବର୍ତମାନ ୫- ୧୭ ବର୍ଷ ବୟସର ସମସ୍ତ ପିଲାଙ୍କ ପାଇଁ ମାଗଣାହେବ । ସଂଶୋଧିତ ବାୟୋମେଟ୍ରିକ୍ ସହିତ ଆଧାର ସହଜ ଜୀବନଯାପନକୁ ସୁଗମ କରିଥାଏ । ସ୍କୁଲ ନାମଲେଖା, ପ୍ରବେଶିକା ପରୀକ୍ଷା ପାଇଁ ପଂଜୀକରଣ, ଛାତ୍ରବୃତିର ଲାଭ, ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଯୋଜନା, ଇତ୍ୟାଦି ସେବା ପାଇବାରେ ଆଧାରର ସୁଗମ ବ୍ୟବହାର ସୁନିଶ୍ଚିତ କରିଥାଏ । ପିତାମାତା/ଅଭିଭାବକ ମାନଙ୍କୁ ପ୍ରାଥମିକତାରେ ଆଧାରରେ ସେମାନଙ୍କ ପିଲାର ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଉଛି ।
