ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବ  : ମନ୍ତ୍ରୀ ଶ୍ରୀ ସମ୍ପଦସ୍ୱାଇଁ

ଭୁବନେଶ୍ୱର,୨୭/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ଟ୍ରେନି ଛାତ୍ରଛାତ୍ରୀ ମଧ୍ୟରେ ସୀମିତ ନରଖି ଏହାକୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବା ଉପରେ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।ଆଜି ପୂର୍ବାହ୍ନରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଂଖାନୁପୁଂଖ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀଗୁଡ଼ିକରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ପୂର୍ବରୁ ସେମାନଙ୍କୁ ସୁଦକ୍ଷ କରିବା ଆବଶ୍ୟକ। କମ୍ପାନୀ ଓ ଶିଳ୍ପାନୁଷ୍ଠାନ ବୁଝାମଣାପତ୍ରରେ ଓଡ଼ିଆ ଯୁବକ ଯୁବତୀଙ୍କୁ ସେମାନଙ୍କ ଅନୁଷ୍ଠାନ ଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇଁ ଚୁକ୍ତିବଦ୍ଧ ହେଉଥିବାବେଳେ ଯୋଗ୍ୟ ପ୍ରାର୍ଥୀମାନେ କୁଶଳୀ ହେବା ନିହାତି ଜରୁରୀ। ସେଥିପାଇଁ ସେହି ପ୍ରାର୍ଥୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। ସ୍ଥଳ ବିଶେଷରେ କମ୍ପାନୀ ଓ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ମଧ୍ୟ ଉପଯୁକ୍ତ ଟ୍ରେନରଓ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଚୁକ୍ତି କରାଯାଇପାରିବ । ଯେଉଁ ଅଞ୍ଚଳରେ ଦକ୍ଷତା ବିକାଶ ଯେତେ ଉନ୍ନତ ସେ ଅଞ୍ଚଳର ଶିଳ୍ପାନୁଷ୍ଠାନ ଓ କମ୍ପାନୀ ଗୁଡ଼ିକ ସେତିକି ଦକ୍ଷ। ଏଥିପାଇଁ ଭିଏତ୍‌ନାମ, ସୁଇଜରଲାଣ୍ଡ ଓ ସିଙ୍ଗାପୁର ଇତ୍ୟାଦି ଅଞ୍ଚଳରେ ଉତ୍ପାଦିକତା ମଧ୍ୟ ତୁଳନାତ୍ମକ ଭାବେ ଅଗ୍ରଣୀ ଭୂମିକା ନେଇପାରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରି ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନ ଶକ୍ତି ସହ ଯୋଡ଼ିବା  ଆବଶ୍ୟକ। ମହାବିଦ୍ୟାଳୟ ସ୍ତରରେ ମଧ୍ୟ ମହାବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ସମୟରେ ଏହାର ଛାତ୍ରଛାତ୍ରୀ ଓ ପାଠପଢ଼ା ସମୟ ବାହାରେ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ । ସେହିପରି ମିଶନଶକ୍ତି ଓ ଆପ୍ରେଣ୍ଟିସିପ୍‌ସହ ଦକ୍ଷତା ବିକାଶ ଟ୍ରେନିଂକୁ ଯୋଡ଼ିବାର ଢେର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି।

          ସମୀକ୍ଷା ମୁତାବକ ୩୦ ଗୋଟି ଜିଲ୍ଲାର ଉଚ୍ଚଶିକ୍ଷା ଅନୁଷ୍ଠାନରେ ୩୦ ଗୋଟି ସ୍କିଲ୍‌-ହବ ପରିଚାଳନା କରାଯିବ ।ଏଥିରେ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପର୍କରେ ସଚେତନତା କରାଯିବା ସହ ପ୍ରଶିକ୍ଷଣ ଦିଆଯିବ । ଜୁଲାଇ ୧୫ ତାରିଖରେ “ବିଶ୍ୱ ଯୁବ ଦକ୍ଷତା ଦିବସ’’ ଅବସରରେ କୌଶଳରଥ ଦୁଇଗୋଟି ବସ୍‌ ଦ୍ୱାରା ୩୦ଟି ଜିଲ୍ଲାକୁ ଅତିକ୍ରମ କରିବ। ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା ପାଇଁ କୌଶଳରଥ ଆରମ୍ଭ କରିବାକୁ ପ୍ରସ୍ତାବଅଛି ଯେଉଁଥିରେ ହାଇସ୍କୁଲ, ଆଶ୍ରମ ବିଦ୍ୟାଳୟ, ଶିଶୁ ଯନି ଅନୁଷ୍ଠାନ, ପିଭିଟିଜି(ପ୍ରାଚୀନ ଜନଜାତି) ଅଞ୍ଚଳରେ (ବଣ୍ଡା ଓ ମାଙ୍କଡ଼ିଆ ଇତ୍ୟାଦି) ଏବଂ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଉଚ୍ଚଶିକ୍ଷା ଅନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯିବ । ୭ ଗୋଟି ଦକ୍ଷତା ଉପରେ ସଚେତନତା ପାଇଁସରକାରଙ୍କ ବିଭିନ୍ନ ବିବରଣୀ, ରୋଲ ମଡେଲ୍‌ ଓ ଉଚ୍ଚଶିକ୍ଷାସ୍କିମ୍‌ଏହି କୌଶଳଅନ୍‌ହୁଇଲ୍‌ରେଫୋକସ୍‌ ହେବ।ସ୍ଥାନୀୟଜନପ୍ରତିନିଧି, ଅଭିଭାବକ, ଛାତ୍ରଛାତ୍ର, ପୂର୍ବତନଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯିବ । ଏହା ବ୍ୟତୀତ ସ୍ୱଳ୍ପ ଅବଧି ଭିତ୍ତିକ ଦକ୍ଷତା କାର୍ଯ୍ୟକ୍ରମ, ଆଇ.ଟି.ଆଇଏବଂ ପଲିଟେକ୍‌ନିକ୍‌, ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଉଚ୍ଚତର ବୈଷୟିକ ଶିକ୍ଷା ସଂସ୍ଥାନ ଗୁଡ଼ିକରେ ଦିଆଯାଉଥିବା କାର୍ଯ୍ୟକ୍ରମମାନ ଦୃଶ୍ୟ-ଶ୍ରାବ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ । ସ୍କିଲ୍‌-ଅନ୍‌-ହ୍ୱିଲ୍‌ ବା କୌଶଳ ରଥରେ ବିଭିନ୍ନ ପ୍ରକାର ପରିଯୋଜନା ଯଥା ବାଳିକାମାନଙ୍କ ପାଇଁ ସୁଦକ୍ଷା, ଅନାଥ ପିଲାଙ୍କ ପାଇଁ ଗ୍ରୀନ୍‌-ପ୍ୟାସେଜ୍‌ସ୍କିମ୍‌ ଓ ନୂଆ-ଓ ଏବଂ ପିଏଲ୍‌ଟିପି ଯୋଜନା ସଂପର୍କରେ ସୂଚନା ଦିଆଯିବ । ଏହି କୌଶଳରଥ ଅଭିଯାନ ପାଇଁମୁଖ୍ୟମନ୍ତ୍ରୀଙ୍କଠାରୁସ୍ୱୀକୃତି ଅଣାଯିବ । ଏତଦ୍‌ ବ୍ୟତୀତ ଯୁବକମାନଙ୍କୁ ଆତିଥେୟତା ପ୍ରଶିକ୍ଷଣ ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି । ନିର୍ମାଣ ହେବାକୁ ଥିବା ୧୦ ଗୋଟି କୌଶଳ ଭବନ ମଧ୍ୟରୁ ପ୍ରଥମେ ଗୋଟିଏ ନିର୍ମାଣ ହେବ । ଏହି ଭବନରେ ଯୁବକ ମାନଙ୍କୁ ଆତିଥ୍ୟ ପ୍ରଶିକ୍ଷଣ ଦେବା ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ପ୍ରଥମ କୌଶଳ ଭବନ ନିର୍ମାଣ କରାଯାଉଛି ।ଏହି ଭବନରେ ରୋଷେଇ ବିଜ୍ଞାନ, ଖାଦ୍ୟ ଓ ପାନୀୟ, ଗୃହରକ୍ଷୀ ସେବା ଏବଂ ଫ୍ରଣ୍ଟ ଅଫିସ୍‌ ଆସୋସିଏଟ୍‌ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ସୁବିଧା ରହିବ।ଏହି ଭବନରେ ବାର୍ଷିକ ୪୦୫ ଜଣ ଯୁବକଙ୍କୁ ଦକ୍ଷ କରିବାର କ୍ଷମତା ରହିଛି।

          ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନ ଗୁଡ଼ିକୁ ର୍ୟାଙ୍କିଂ ପାଇଁ ଜାତୀୟ ଶୈକ୍ଷିକର୍ୟାଙ୍କିଂ ଫ୍ରେମ୍‌ୱାର୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

          ସମୀକ୍ଷା ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ରହି ଏ ସମସ୍ତ ତଥ୍ୟ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ନିର୍ଦ୍ଦେଶିକା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *