କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)-ଜିଲା ବୋଇତବନ୍ଦାଣ ସମିତି, କେନ୍ଦ୍ରାପଡାର କାର୍ଯ୍ୟକାରୀ କମିଟି ବୈଠକ ଗୋପସ୍ଥିତ ଜାଭିଅର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାୟି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକର ବିବରଣୀକୁ ଦୃଢିକରଣ କରାଯାଇଥିଲା ।୨୦୨୪ର କର୍ମକର୍ତାମାନଙ୍କୁ ଚଳିତ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା । ନୂତନ ଭାବରେ ଡ. ଚୈତନ୍ୟ ଚରଣ ପରିଡା, ନିରଞ୍ଜନ ବେହେରା, ଅବଧୂତ ରାଉତ, ପ୍ରତିମା ପ୍ରଧାନ ଓ ଶୈଳବାଳା ସାମଲଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା ।
ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜିଲାର ସମସ୍ତ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ଆସନ୍ତା ୨୧ତାରିଖରେ ସ୍ଥାନୀୟ ତୁଳସୀ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଗଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରବିନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ସଂଚାଳନ କମିଟିରେ ମୁକ୍ତାର ଖାଁ,ହିମାଂଶୁ ଦାସ, ପ୍ରତିମା ପ୍ରଧାନ ଓ ଭାଗିରଥୀ ଜେନା ପ୍ରମୁଖଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଗଲା । କାର୍ତିକ ପୂର୍ଣ୍ଣମା ଦିନ ପ୍ରତୁ୍ୟଷରେ ଜଜାଙ୍ଗ ଆଦର୍ଶ ପୋଖରୀରେ ପ୍ରତିବର୍ଷ ଭଳି ବୋଇତବନ୍ଦାଣ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସରୋଜ କୁମାର ସାହୁ, ଲୋହିତ କୁମାର ମହାନ୍ତି, ଗାୟତ୍ରୀ ମହାନ୍ତି, ରାଜେନ୍ଦ୍ର ମହାପାତ୍ର, ମନୋରଞ୍ଜନ ତ୍ରିପାଠୀ ଓ ଶ୍ରୀଧର ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରାଗଲା । ବିଗତ ବର୍ଷମାନଙ୍କ ଭଳି ମହେଶ କର, ଡା. ସରୋଜକାନ୍ତ କାନୁନଗୋ, ଭାଗବତ ପ୍ରସାଦ ମହାନ୍ତି, ଇନ୍ଦ୍ରମଣୀ ରାଉତ, ଗୟାଚାନ୍ଦ ଭୂୟାଁ, ଡା. ଅଲେଖ ଚନ୍ଦ୍ର ଦାସ, ମୀନକେତନ ଦାସ, ଶରତ ପ୍ରସାଦ ସିଂ, ପୁଲିନ ବିହାରି ମହାନ୍ତି, ନନ୍ଦିତା ବ୍ରହ୍ମା, ଦୋଳଗୋବିନ୍ଦ ଜେନା ପ୍ରମୁଖଙ୍କ ନାମରେ ନାମିତ ସ୍ମୃତିଫଳକ ରାଜ୍ୟ ଓ ଜିଲାର ବିଭିନ୍ନ ବିଦ୍ୱାନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯିବାକୁ ସ୍ଥିର କରାଗଲା ।
ଏସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ସଭା ମୁଖ୍ୟ ଉପଦ୍ଧେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରିଥିଲା । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସଭାପତି ଚିନ୍ମୟ ବେହୁରା, ସମ୍ପାଦକ ଉମାଶଙ୍କର ଜେନା, ସଞ୍ଜୟ ରାଉତ, ରବୀନ୍ଦ୍ରନାଥ ରଥ, ଗୋଲଖ ପଢିଆରୀ ଓ ବୈଷ୍ଣବ ପ୍ରଧାନ ପ୍ରମୁଖଙ୍କ ଉପରେ ଦାୟୀତ୍ୱ ନ୍ୟସ୍ତ କରାଗଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ଦାସ, ଶରତଚନ୍ଦ୍ର ଧଳ, ରଣଧୀର ଜେନା, ବଂଶୀଧର ମହାନ୍ତି, ଗଜେନ୍ଦ୍ର ଚନ୍ଦ୍ର ପ୍ରଧାନ, ସୁବାସ ଚନ୍ଦ୍ର ପାତ୍ର, ଅମରେଶ ରଥ, ଅବନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
