କଟକ ସଦର, ୦୩/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସିଡିଏ-୬ ଅଞ୍ଚଳର ବାଲିଘାଟ ଠାରେ ଆଜି ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜନୈକ ନାଁ ବାଳକ ତଥା ୧୦ ଶ୍ରେଣୀରେ ପଢ଼ୁଥିବା ଛାତ୍ର କାଠଯୋଡିରେ ବୁଡି ନିଖୋଜ ହୋଇଥିବା ଜଣାପଡିଛି।
ଖବର ରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଅଞ୍ଚଳର ଜନୈକ ଅଧ୍ୟାପକ ଙ୍କର ଏକମାତ୍ର ପୁତ୍ର ଶ୍ରୀୟାଂଶୁ ସିଡିଏ ଅଞ୍ଚଳ ର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ର ଆଜି ସ୍କୁଲ ଛୁଟି ଥିବାରୁ ସାଙ୍ଗମାନଙ୍କ ସହିତ କାଠଯୋଡି ର ଭରାପାଣି ସୁଅ ଦେଖିବାକୁ ଯାଇଁ ନଦୀରେ ନିଖୋଜ ହୋଇଯାଇଥିଲେ।
ଖଵର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ହୋଇଯାଇଥିବାରୁ ତାହା ଆସନ୍ତା କାଲି ପାଇଁ ସ୍ଥଗିତ ରହିଥିବା ଜଣାପଡିଛି। ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
