ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ 

ମାହାଙ୍ଗା ୦୧/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଞ୍ଚାୟତ ପରିସରରେ ବୁଧବାର ପୂର୍ବାହ୍ନରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଉତ୍ସବ ପାଳନ କରାଯାଇଥିଲା । ସ୍ଥାନୀୟ କୃଷି ସେବା ସମବାୟ ସମିତିର ସଭାପତି ସମାଜସେବୀ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବୟସ୍କ ମାନଙ୍କୁ ବୋଝ ନଭାବି, ସେମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରାଯିବା ସବୁଠାରୁ ବଡକଥା ବୋଲି କହିଥିଲେ ।  ଉତ୍ସବରେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସେବା,ଯତ୍ନ ଏବଂ ସୁରକ୍ଷା ଆମ ସମସ୍ତଙ୍କ ଦାୟୀତ୍ୱ ବୋଲି ମତ ପୋଷଣ କରିଥିଲେ ।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ,ବରିଷ୍ଠ ନାଗରିକ ମାନଙ୍କୁ ଅମୁଲ୍ୟ ରତ୍ନ ଭାବେ ବିବେଚନା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ରଘୁନାଥ ବିଦ୍ୟାପୀଠ କୋଠପଦା ର ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,କୁହୁଣ୍ଡା ପଞ୍ଚାୟତର ସମିତିସଭ୍ୟା ତଥା ଗାଳ୍ପିକା ସୁପ୍ରଭା ସାମଲ,ସ୍ଥାନୀୟ ସରପଞ୍ଚ ନଳିନୀପ୍ରଭା ପ୍ରଧାନ ଓ ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ବ୍ଲକ ଜୀବିକା ମିଶନ ସଂଯୋଜିକା ରୋଜାଲିନ ଦାଶ, ନାଏବ ସରପଞ୍ଚ ହେମନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବହୁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଆମନ୍ତ୍ରିତ ଅତିଥି ଭାବେ  ଉତ୍ସବରେ ଯୋଗଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ  ମିଶନଶକ୍ତିର ମାଆ ମାନେ ବନ୍ଦାପନା ପୂର୍ବକ ଉତ୍ତରୀୟ, ପୁଷ୍ପଗୁଛ,ଟଗର ଚାରା ଏବଂ ବିଭିନ୍ନ ଉପଢୌକନ ପ୍ରଦାନ କରିଥିଲେ ।  କୁହୁଣ୍ଡା ଗ୍ରାମ ପଞ୍ଚାୟତର ତିନୋଟି ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକାଙ୍କୁ ଏକ ଲକ୍ଷ ଟଙ୍କିଆ ଚେକ ପ୍ରଦାନ କରାଯାଇଥିଲା ।   ଏହି କାର୍ଯ୍ୟକାମରେ ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ ।  କାର୍ଯ୍ୟକ୍ରମକୁ କୁହୁଣ୍ଡା ଏମବିକେ ଆରତୀ ନାୟକ, ସିଆରପି ରୋଜି ମହାପାତ୍ର, ଶ୍ରଦ୍ଧାଞ୍ଜଳି ମହାନ୍ତି, ସ୍ଵର୍ଣ୍ଣଲକ୍ଷ୍ମୀ ଦାସ, ଅନ୍ନପୂର୍ଣ୍ଣା ସେଠୀ, ମାଳତୀ ବିଶ୍ୱାଳ, କନକଲତା ପ୍ରଧାନ ଓ ଝରଣା ମଲ୍ଲିକ, ପଞ୍ଚାୟତ ଫେଡେରେସନ ସଭାନେତ୍ରୀ ବିଚିତ୍ରା ରାଉତ ଏବଂ ସମ୍ପାଦିକା ଦମୟନ୍ତୀ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *