ପାରାଦୀପ,୨୯/୦୯/୨୦୨୫(ଓଡ଼ିଶା ସମାଚାର)-ସୋମବାର ପାରାଦୀପ ବନ୍ଦର ଏମଏନଏସ୍ ସହିତ ରିହାତି ଚୁ୍କ୍ତି ସ୍ୱାକ୍ଷରିତ ହୋଇଛି । ପାରାଦୀପ ବନ୍ଦରର ସିକୁ୍ୟ-୩ ବର୍ଥକୁ ଯାନ୍ତ୍ରିକୀକରଣ କରିବା ପାଇଁ ଏମଏନଏସ୍ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ୩୦ ବର୍ଷିଆ ଚୁ୍କ୍ତିଭିତିକ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ଏମଏନଏସ୍ କମ୍ପାନୀ କନଭେୟର ବେଲ୍ଟ ମାଧ୍ୟମରେ ଜାହାଜରେ ପିଲେଟ୍ ବୋଝେଇ କାର୍ଯ୍ୟ କରିବ ।
ପାରାଦୀପ ବନ୍ଦର ପକ୍ଷରୁ ମୁଖ୍ୟଯନ୍ତ୍ରୀ ହିମାଂଶୁ ଶେଖର ରାଉତ ଏବଂ ଏମଏନଏସ୍ ପୋର୍ଟସ୍ ପକ୍ଷରୁ ଶୁଭକାନ୍ତ ଦାଶ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଓ ଏମଏନଏସ୍ ଓଡିଶା ମୁଖ୍ୟ ସୁରେଶା ଜି ଏବଂ ଉଭୟ ପକ୍ଷର ଅଧିକାରୀଙ୍କ ଉପସ୍ଥିତିରେ ଏହି ରିହାତି ଚୁ୍କ୍ତି ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଶ୍ରୀ ହରନାଦ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦ୍ୱାରା ପାରାଦୀପ ବନ୍ଦରର ବର୍ଥ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ।
ବନ୍ଦର ଆଧୁନିକୀକରଣ କ୍ଷେତ୍ରରେ ଏହି ଚୁକ୍ତିନାମା ଶିଳ୍ପକୁ ପ୍ରୋତ୍ସାହିତ କରିବ ବୋଲି ଏମଏନଏସ୍ ଓଡିଶା ମୁଖ୍ୟ ସୁରେଶା ଜି କହିଛନ୍ତି । ଏହି ଚୁ୍କ୍ତିନାମା ପାରାଦୀପ ବନ୍ଦରର ଦକ୍ଷତା ବୃଦ୍ଧି ସହିତ ଏମଏନଏସକୁ ଉପଯୋଗୀ କରିବ ।
