ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବ ପାରିତ

ଭୁବନେଶ୍ୱର,୨୯/୦୯/୨୦୨୫(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍‌ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ   ହୋଇଯାଇଛି । ବୈଠକରେ ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।

ଶ୍ରମ ବିଭାଗର ଫ୍ୟାକ୍ଟ୍ରୀ ଆଇନ, ୧୯୪୮ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ର ସଂଶୋଧନ ପାରିତ ହୋଇଛି । କାରଖାନା ୧୯୪୯ର ସଂଶୋଧନ ଆଇନ ମଧ୍ୟ ପାରିତ ହୋଇଛି । ଏହି ସଂଶୋଧନ ଅନୁଯାୟୀ, ୨୦ ବା ତତୋଧିକ କର୍ମଚାରୀ ଥିବା ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ବର୍ଷର ୩୬୫ ଦିନ ୨୪ ଘଣ୍ଟା ଖୋଲା ରହିପାରିବ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସପ୍ତାହକରେ ୪୮ଘଣ୍ଟାରୁ ଅଧିକ କାମ କରିଲେ ଓଭରଟାଇମ୍‍ ମିଳିବ । ମହିଳା କର୍ମଚାରୀ ଚାହିଁଲେ ସମ୍ମତି ପତ୍ର ଦେଇ ରାତିରେ କାର୍ଯ୍ୟ କରିପାରିବେ । ରାଜ୍ୟ ସରକାରଙ୍କ ସୁରକ୍ଷା ସର୍ତ୍ତ ସହିତ ସକାଳ ୬ଟା ପୂର୍ବରୁ ଓ ରାତି ୭ଟା ପରେ କାମ କରିପାରିବେ। ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ।

ଦୋକାନଗୁଡ଼ିକୁ ଓଡ଼ିଆରେ ସାଇନ୍‌ବୋର୍ଡ ଲଗାଇବା ବାଧ୍ୟତାମୂଳକ । ଗଣଶିକ୍ଷା ବିଭାଗର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହାସହିତ ଘଟଗାଁ ତାରିଣୀ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ୨୨୬ କୋଟି ମଞ୍ଜୁରୀ କରାଯାଇଛି । ୫୯ଏକର ଜମିକୁ ନେଇ ପାରିପାଶ୍ୱିର୍କ ବିକାଶ ପାଇଁ ଡିଆରପି ପ୍ରସ୍ତୁତ ହେବ ।

Leave a Reply

Your email address will not be published. Required fields are marked *