୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୪-୨ ରେ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ଚାମ୍ପିଅନ

ନିରାକାରପୁର, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସାନ କ୍ଳବ୍ ଭୁବନେଶ୍ୱର ଓ ରଘୁନାଥ ସ୍ପୋର୍ଟସ କ୍ଳବ୍,ଟାଙ୍ଗୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଖେଳ ଶେଷ ପର୍ଯ୍ୟନ୍ତ ସ୍କୋର ଶୂନ୍ୟ ରହିଥିଲା । ପରେ ରେଫରି ଟ୍ରାଇ ବ୍ରେକର ସାହାଯ୍ୟ ନେଇଥିଲେ। ଏଥିରେ ରଘୁନାଥ ସ୍ପୋର୍ଟସ କ୍ଳବ୍ , ଟାଙ୍ଗୀ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛନ୍ତି। ଆଜିର ଖେଳକୁ ଶରତ କୁମାର ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା, ନୃସିହ ଚରଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ, ଆମ ଓଡ଼ିଶା ନବୀନ ଓଡ଼ିଶା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସଂଯୋଜିକ ଶ୍ରୀମୟୀ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପାଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ବିଜେଡି ସାଧାରଣ ସମ୍ପାଦକ କୈଳାସ ପାତ୍ର, ସହ ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ସାମନ୍ତରାୟ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନ। ମାନ୍ଧାତା, ଉପାଧକ୍ଷ ଦୁର୍ଗା ନାଥ ଶର୍ମା, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ସରପଂଚ ପୂର୍ଣ୍ଣିମା ମହାପାତ୍ର, ଅତିଥିଭାବେ ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ପୁଷ୍ପ ରଞ୍ଜନ ସାହୁ, ପବିତ୍ର ପାଇକରାୟ, ପୂର୍ବତନ ସରପଂଚ ହୃଷୀକେଶ ରାଉତରାୟ, ସରପଂଚ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ସ୍ବଦେଶ ରାଉତରାୟ, ବିଜେଡି ମୁଖପାତ୍ର ଇପଶିତା ସାହୁ, କ୍ଲବ ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ବିଜେତା, ରନସ ଅପ୍ ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *