ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ରାପଡାରେ ବିଶ୍ୱ ପାର୍ଥନା ଦିବସ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୧/୦୧/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ରାପଡା ସମେତ ସାରା ଦେଶରେ ସର୍ବଧର୍ମ ବିଶ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ  ଶ୍ରୀ ବଳଦେବଜୀଉଙ୍କ ରଥଦାଣ୍ଡରେ  ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମ, ଗରାପୁରର ଅଧ୍ୟକ୍ଷା ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରହିତ୍ୟରେ ଇଂରାଜୀ ନବବର୍ଷର ପ୍ରଥମ ଦିନରେ ପ୍ରାତଃ ୭ ଘଟିକା ସମୟରେ ସର୍ବଧର୍ମ ବିଶ୍ୱ୍ୱ ପ୍ରାର୍ଥନା ଦିବସ ପାଳିତ ହୋଇଯାଇଛି । ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଉପସ୍ଥିତ ସମସ୍ତ ପ୍ରାର୍ଥନାପ୍ରେମୀ ଲୋକମାନେ ଯୋଗଦେଇ ସମବେତ ପ୍ରାର୍ଥନା କରିବା ସହିତ ବିଶ୍ୱର ସମସ୍ତ ଜୀବ ମାନଙ୍କ ଦୁଖ ଦୁର ପାଇଁ ବଡ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଶ୍ରୀମା’ ପ୍ରାର୍ଥନା ସମସ୍ତଙ୍କୁ ଶାନ୍ତି, ସୌହାଦ୍ର୍ଧ୍ୟ ଓ ଶକ୍ତି ପ୍ରଦାନ କରେ ବୋଲି ମତବ୍ୟକ୍ତ କରି ଜାନୁୟାରୀ ମାସ ପ୍ରଥମ ଦିବସକୁ ସାରା ବିଶ୍ୱ ପା୍ରର୍ଥନା ଦିବସ ରୂପେ ପାଳନ କରୁ ବୋଲି ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏଭଳି ପ୍ରୟାସ ବିଗତ ୫ ବର୍ଷ ଧରି ଚାଲିଆସିଥିବା ସହ ଚଳିତ ବର୍ଷ କେନ୍ଦ୍ରାପଡାର ଗରାପୁର,କପାଳେଶ୍ୱର, କୋରୋ, ଧୂମାତ,  ପିଙ୍ଗଳ ଦିବ୍ୟଜୀବନ ଆଶ୍ରମ ସହିତ ଆମ ରାଜ୍ୟର ସମସ୍ତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ଏବଂ ଯାଜପୁର ଜିଲାର ନିଆଳି ମେରିବଟ ଓ ଚାରିନଙ୍ଗଳ, କଟକ, ଭୁବନେଶ୍ୱର,  ପୁରୀର ଶରଧାବାଲି ମୁକ୍ତାକାଶ ରଙ୍ଗମସହିତ ଗୁଜୁରାଟର ଅହମଦାବାଦ୍, ଦିଲ୍ଲୀର କୋଟଲା ଜଗନ୍ନାଥ ମନ୍ଦିର ସମେତ ସାରା ଦେଶରେ ପ୍ରାୟତଃ ସକାଳ ୭ଘଟିକାରେ ସର୍ବଧର୍ମ ପ୍ରାର୍ଥନା ସଭା ପାଳନ ହୋଇଯାଇଛି ବୋଲି ଶ୍ରୀମା’ ମତ ରଖିଥିଲେ । ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ବିଜେଡି ରାଜ୍ୟ ଉପସଭାନେତ୍ରୀ ଜ୍ୟୋତ୍ସ୍ନା ପରିଡା, ସୁମିତ୍ରା ପାଢୀ, ଗାୟତ୍ରୀ ମହାନ୍ତି, ରୀତାଞ୍ଜଳି ନାଥ, ପାର୍ବତୀ ନାୟକ, ଡଃ. କାଳୀ ପ୍ରସନ୍ନ ଶତପଥୀ,  ମୁକ୍ତାର ଖାଁ,  ଗବେଷକ ନିରଞ୍ଜନ ମେକାପ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସାହିତି୍ୟକ ଡଃ. ବାସୁଦେବ ଦାସ, ଅଜୟ ସାମଲ, ସୌଭାଗିନୀ ମହାପାତ୍ର, ଶ୍ରୀଧର କୁମାର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ, ସତ୍ୟବ୍ରତ ସିଂ, ନୃସିଂହ ତ୍ରିପାଠୀ, ଦେବେନ୍ଦ୍ର ନାଥ ସାମନ୍ତ, ସୁଶିଲ ସୁତାର, ଶ୍ରୀବଳଦେବଜୀଉ ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବ୍ଲକ ଉପାଧ୍ୟକ୍ଷ ପ୍ରତାପନାରାୟଣ ମହାପାତ୍ର, ଶରତ ସାହୁ, କରୁଣାକର ଦାସ, ସଞ୍ଜୟ ଜେନା, ପାର୍ଥସାରଥୀ ବେହେରା, ଗଗନବିହାରୀ ସିଂହ, ଶିବାନୀ, ବାବା ନୃସିଂହନାଥ ଦାସ, ଶ୍ରୀଜୀଉଙ୍କ ମନ୍ଦିରର ବଡପଣ୍ଡା ଓ ସେବାୟତମାନେ, ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ସମସ୍ତ ଗୁରୁଭାଇ ଓ ଭଉଣୀ, ଜିଲାର ସମସ୍ତ ବିଭୁ ପ୍ରେମୀ ଓ ପା୍ରର୍ଥନାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଯୋଗ ଦେଇ ପ୍ରାର୍ଥନା କରିଥିଲେ । ଏହି ସଭାକୁ ବଳଦେବ ସେନାର ସଭାପତି ପୁନୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ ଓ ସମସ୍ତ ସଦସ୍ୟ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *