କବି ଆର୍ତ୍ତତ୍ରାଣଙ୍କୁ ଭାରତ ପ୍ରତିଭା ସମ୍ମାନ

ନିରାକାରପୁର, ୨୭/୬/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲଳିତ କବି ଡ ଆର୍ତ୍ତତ୍ରାଣ ସାହୁଙ୍କୁ ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଉଚ୍ଚତମ ନ୍ୟାୟାଳୟ ର ୩୭ତମ ପ୍ରଧାନ ବିଚାରପତି କେ.ଜି ବାଳକ୍ରିଷ୍ଣନ, ଉଚ୍ଚତମ ନ୍ୟାୟାଳୟ ବାର କାଉନସିଲ ଉପସଭାପତି ଶ୍ରୀଯୁକ୍ତ ପ୍ରଦୀପ ରାୟ ଜୀ, ପଦ୍ମଶ୍ରୀ କୁମାରୀ ଦେବଯାନୀ ଓ ପଦ୍ମଶ୍ରୀ ଡ ପ୍ରଫେସର କମଳ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ କବି ଆର୍ତ୍ତତ୍ରାଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପୂର୍ବରୁ ଜୁନ ମାସ ୮ ତାରିଖରେ ମେଜିକ ବୁକ୍ ଅଫ ରେକର୍ଡ ତରଫରୁ ଓଡ଼ିଆ ସାହିତ୍ୟରେ ଦଶ ଖଣ୍ଡ ପୁସ୍ତକ ରଚନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଦଶ ଖଣ୍ଡ ପୁରାଣ ସାହିତ୍ୟ ପୁସ୍ତକ ରଚନା କରି ଏଭଳି ସମ୍ମାନର ଅଧିକାରୀ ହେବ ସହିତ ନିରାକାରପୁର ଅଞ୍ଚଳ ପାଇଁ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିବାରୁ ଅଞ୍ଚଳବାସୀ ତରଫରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *