ମାହାଙ୍ଗା,୨୫/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ପ୍ରଥିତଯଶା ସାରସ୍ୱତ ସାଧକ, ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ଗଣକବି ବୈଷ୍ଣବ ପାଣିଙ୍କ ୧୪୩ ତମ ଜନ୍ମଜୟନ୍ତୀ ଆସନ୍ତା ଅକ୍ଟୋବର ୭ ତାରିଖ କୁମାର ପୂର୍ଣ୍ଣିମା ତିଥିରେ କବିଙ୍କ ଜନ୍ମମାଟି କୋଠପଦା ଠାରେ ଅନୁଷ୍ଠିତ ହେବ । ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ୧୧ ଦିନ ବ୍ୟାପୀ ଏହି ସାରସ୍ୱତ ସମାରୋହ କୋଠପଦା ରଘୁନାଥ ବିଦ୍ୟାପୀଠରେ ଉଦଘାଟିତ ହେବ ବୋଲି ପରିଷଦର ଅଧ୍ୟକ୍ଷ ତଥା ବିଧାୟକ ଶାରଦା ପ୍ରଧାନ ସୂଚନା ଦେଇଥିଲେ ।
ଏହି ଜୟନ୍ତୀ ସମାରୋହକୁ ସଫଳ ମଣ୍ଡିତ କରିବା ପାଇଁ ବହୁ ସଂସ୍କୃତି ପ୍ରେମୀ, ବୁଦ୍ଧିଜୀବୀ, ଶିକ୍ଷାବିତ, କଳାକାର ଏବଂ ବରିଷ୍ଠ ନାଗରିକ ମାନେ ଏକତ୍ରିତ ହୋଇଥିଲେ ।
ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ସଂଗଠକ ନିରଞ୍ଜନ ମୁଦୁଲି,ଅଜୟ ସ୍ୱାଇଁ, କେଦାରେଶ୍ୱର ପୁହାଣ, ଜିତେନ୍ଦ୍ର ମହାନ୍ତି, ପ୍ରଭାତ ଘଡେଇ,ବ୍ରଜବନ୍ଧୁ ପଲେଇ, ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ର ପୃଷ୍ଟି,ନିମାଇଁ ଚରଣ ବେହେରା,ଜଗନ୍ନାଥ ପଣ୍ଡା, ସୁଶାନ୍ତ ଦାସ, ଘନଶ୍ୟାମ ବେହେରା, ବାସବ ବେହେରା, ଦେବେନ୍ଦ୍ର ଜେନା, ରତିକାନ୍ତ ପୃଷ୍ଟି, ସନାତନ ବିହାରୀ,ଅଜୟ ନନ୍ଦ,ସନ୍ତୋଷ ରାଉତ,ସୂର୍ୟ୍ୟମଣି ଧଳ, ବିଜୟ ପୃଷ୍ଟି, କାହ୍ନୁ ମଲ୍ଲିକ,ରାକେଶ ବେହେରା, ବ୍ରଜବନ୍ଧୁ ବେହେରା,ମହେଶ୍ୱର ସାହୁ,ଭରତ ମଲ୍ଲିକ, ହୃଷିକେଶ ମହାପାତ୍ର, ପ୍ରମୁଖ ବହୁ ପାଣିପ୍ରେମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କୁମାର ପୂର୍ଣ୍ଣିମା ଦିନ କୋଠପଦା ଠାରେ ପ୍ରତିଷ୍ଠିତ କବିଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯିବ । ଏଥି ସହିତ ଭଜନ କୀର୍ତ୍ତନ, ରଘୁନାଥ ଜୀୟୁ ମଠ ପର୍ୟ୍ୟନ୍ତ ପଦଯାତ୍ରା, ବୈଷ୍ଣବ ପାଣି ରଙ୍ଗମଞ୍ଚରେ ସାନ୍ଧ୍ୟ କାଳୀନ ସାହିତ୍ୟସଭା, ଗୀତିନାଟ୍ୟ ପ୍ରତିଯୋଗିତା,ଭଳି ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା ।
