ଆସନ୍ତା କାଲି ଭୁବନେଶ୍ୱର ବ୍ଲକ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର,୨୨/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଖୋର୍ଦ୍ଧା ଶ୍ରୀ ଚଞ୍ଚଳ ରାଣା ଆସନ୍ତା କାଲି ତା ୨୩.୯.୨୦୨୪ରିଖ ସୋମବାର ଭୁବନେଶ୍ୱର ବ୍ଲକ ପରିସରରେ ପୂର୍ବାହ୍ନ ଘ ୧୦.୦୦ଟିକା ସମୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଯୋଗଦେଇ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଜନ ସାଧାରଣ ମାନଙ୍କ ଆପତ୍ତି ଅଭିଯୋଗ ଗୁଡ଼ିକର  ଶୁଣାଣି ଓ ସମାଧାନ କରିବେ। ଏଣୁ  ଭୁବନେଶ୍ୱର ବ୍ଲକ ଜନସାଧାରଣ ମାନେ ଏହାର ବହୁଳ ମାତ୍ରାରେ ସୁଯୋଗ ନେବାକୁ   ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଙ୍କ  ପକ୍ଷରୁ ଜଣାଇ ଯାଇଛି।

Leave a Reply

Your email address will not be published. Required fields are marked *