ନିଶାମୁକ୍ତ ଭାରତ ଗଠନ ନିମନ୍ତେ ମାରାଥନ

ଜଗତସିଂହପୁର, ୨୧/୦୯/୨୦୨୫ (ଓଡ଼ିଶା ସମାଚାର)-  ଯଶସ୍ଵୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ଵାନ କ୍ରମେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ “ସେବାପକ୍ଷ”  ପାଳନ ଅବସରରେ ଆଜି ପୂର୍ବାହ୍ନ ରେ ଜଗତସିଂହପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରିଡା ବିଭାଗ ଆନୁକୂଲ୍ୟରେ ନିଶାମୁକ୍ତ ଭାରତ ଗଠନ ଅଭିଯାନ ସଂପର୍କିତ ସଚେତନତା ମାରାଥନ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଙ୍କ ଦ୍ଵାରା ଶୁଭାରମ୍ଭ  ହୋଇଯାଇଛି।

ଏହି ମାରାଥନ ଯୋଗଧାରି (ନୂଆ ବସ ଷ୍ଟାଣ୍ଡ) ଠାରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ (ଜଗତସିଂହପୁର) ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ନିଶାମୁକ୍ତ ଭାରତ ଅଭିଯାନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ଵ ବିଜୟିନୀ ପଟ୍ଟନାୟକ,ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ଅବକାରି ବିଭାଗ ସମେତ ବିଭିନ୍ନ ବର୍ଗର ଜନ ସାଧାରଣ ଉପସ୍ଥିତ ରହି  ମାରାଥନ ରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *