୧୩ତମ ରାଜ୍ୟସ୍ତରୀୟ ନବମାତୃକା ପୂଜା-୨୦୨୫ ଅନୁଷ୍ଠିତ

ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ପବିତ୍ର ମହାଳୟା ଦିବସରେ ଭୁବନେଶ୍ୱର ସହିଦ ନଗରସ୍ଥିତ ଆର୍ଯ୍ୟସମାଜ ପରିସରରେ ୧୩ତମ ରାଜ୍ୟସ୍ତରୀୟ ନବମାତୃକା ପୂଜା-୨୦୨୫ ନବମାତୃକା ପୂଜା ଅଭ୍ୟର୍ଥନା କମିଟି, ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକା ଓ ବାଲେଶ୍ୱରୀ କଳାକେନ୍ଦ୍ରର ମିଳିତ ଉଦ୍ୟମରେ ସଭାପତି ଇଞ୍ଜିନିୟର ପି୍ରୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କମିଟିର ଆବାହିକା ଡ଼ଃ ଶକୁନ୍ତଳା ବଳିଆରସିଂହ ପରିଚାଳନା କରିଥିଲେ । କମିଟିର ଉପଦେଷ୍ଟା ପ୍ରଫେସର ଡଃ ସଂଘମିତ୍ରା ମିଶ୍ର କମିଟିର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରି କହିଥିଲେ ଯେ, ସମାଜରେ ଯେଉଁ ମହିୟସୀ ମା’ମାନଙ୍କର ତ୍ୟାଗ ଓ ତପସ୍ୟାର ଫଳ ଆମେ ଭୋଗ କରୁଛୁ, ପ୍ରତୀକାତ୍ମକ ଭାବରେ ସେହିମାନଙ୍କ ମଧ୍ୟରୁ ୯ଜଣ ମା’ଙ୍କୁ ଅର୍ଚ୍ଚନା କରି କିଛିମାତ୍ରାରେ କୃତଜ୍ଞତା ପ୍ରଦାନ କରିବା ଆମର ଉଦ୍ଧେଶ୍ୟ ।

ଏହି ପରମ୍ପରା ଯୁବଗୋଷ୍ଠୀଙ୍କ ମାନସପଟ୍ଟରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବ ବୋଲି ଆଶା । ‘ଯୁଗଶ୍ରୀ ଯୁଗନାରୀ’ର ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ଅଭିନନ୍ଦିତ ମା’ମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ ଏବଂ ଅନ୍ୟତମ ଉପଦେଷ୍ଟା ଡଃ ପ୍ରଭାବତୀ ପଣ୍ଡା କହିଥିଲେ ଯେ, ସାମ୍ପ୍ରତିକ ସମାଜରେ ମୃଣ୍ମୟୀ ମୂର୍ତିପୂଜାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିବା ବେଳେ ସମାଜରେ ଯେଉଁମାନେ ସ୍ୱକୀୟ ଗୁଣରେ କୀର୍ତୀମୟୀ, ସେମାନଙ୍କୁ ନବମାତୃକା କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ ପୂର୍ବକ ସମ୍ମାନ ଜଣାଇବାର ଏହା ଏକ ସମୁଚ୍ଚିତ ପଦକ୍ଷେପ ।

ବେଦବିଦୂଷୀ ଶନ୍ନୋ ଦେବୀ ଆର୍ଯ୍ୟବର୍ତ ଭାରତବର୍ଷରେ ବୈଦିକ ସଂସ୍କୃତି ସମନ୍ଧରେ ସୂଚନା ଦେବା ସେଙ୍ଗ ସେଙ୍ଗ ଆର୍ଯ୍ୟ ସମାଜର ସମ୍ପାଦକ ଶ୍ରୀଯୁକ୍ତ ବୀରେନ୍ଦ୍ର କର, ସହ ସମ୍ପାଦକ ସୁନିଲ କୁମାର ଦେ ଓ ସଦସ୍ୟା ଡାକ୍ତର କାନନବାଳା ମହାନ୍ତିଙ୍କ ସହ ଯଜ୍ଞାନୁଷ୍ଠାନ କରିଥିଲେ । ଶିଳ୍ପୀ କେଶୁ ଦାସ ପତ୍ନୀ କନକ ଦାସଙ୍କ ସହିତ ବରଣ ପୂର୍ବକ ଯଜ୍ଞାହୂତି ଦେଇଥିଲେ ।

ଏହି ଅବସରରେ ପ୍ରଣମ୍ୟ ମାତୃମଣ୍ଡଳୀ ଶ୍ରୀମତୀ ଲାବଣ୍ୟ ନାୟକ-ସୁଗୃହିଣୀ ମା, ଶ୍ରୀମତୀ ସୀତା ଦାଶ-ସୁଗୃହିଣୀ ଓ ସେବା ପରାୟଣା ମା, ଡାକ୍ତର ବିମଳା ମହାନ୍ତି-ଚିକିତ୍ସିକା ମା, ଶ୍ରୀମତୀ କସ୍ତୁରୀକା ପଟ୍ଟନାୟକ-ସମାଜସେବୀ ଓ ପ୍ରେରଣାଦାୟିନୀ ମା, ଶ୍ରୀମତୀ ଝରଣା ପଟ୍ଟନାୟକ-ସାହିତି୍ୟକା ମା, ଶ୍ରୀମତୀ ସ୍ୱର୍ଣ୍ଣ ମିଶ୍ର-ସମାଜସେବୀ ମା, ଡ. ପ୍ରଭାତୀ ମିଶ୍ର-ଶିକ୍ଷାବିତ୍ ମା, ଶ୍ରୀମତୀ ସ୍ୱରୂପା ଚକ୍ରବର୍ତୀ-କଣ୍ଠଶିଳ୍ପୀ ମା ଏବଂ ଡ. ସ୍ନେହପ୍ରଭା ସାମନ୍ତରାୟ-ନୃତ୍ୟଶିଳ୍ପୀ ମା ପ୍ରମୁଖ ୯ଜଣ ମା’ମାନଙ୍କ ପଦଧୌତ ଓ ବନ୍ଦନା କରି ପୂଜା କରାଯାଇଥିଲା ।

ଉକ୍ତ ନବମାତୃକା ପୂଜା ଉତ୍ସବରେ ସର୍ବଶ୍ରୀ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଶ୍ରୀମତୀ ଶୈଳରାଣୀ ମିଶ୍ର, କର୍ଣ୍ଣେଲ ଶରତ କୁମାର ମହାପାତ୍ର, ଶ୍ରୀମତୀ ପ୍ରମିଳା ପତି, ଶ୍ରୀମତୀ ଇନ୍ଦିରା ଦାଶ, ଶ୍ରୀଯୁକ୍ତ ପୀତବାସ ରାଉତରାୟ, ଶ୍ରୀଯୁକ୍ତ ସୁଧୀରଞ୍ଜନ ମିଶ୍ର, ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ପ୍ରମୁଖ ବରେଣ୍ୟା ମା’ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କମିଟିର ସଦସ୍ୟା ଶ୍ରୀମତୀ ଆଶାଲତା ଦାସ, ଡ଼ଃ ମିନାକ୍ଷୀ ପଣ୍ଡା, ଶ୍ରୀମତୀ ବିଜୟିନୀ ସିଂହଦେଓ, ସୁଶ୍ରୀ ଗୀତାଞ୍ଜଳି ସିଂହଙ୍କ ସମେତ ଶ୍ରୀମତୀ ସୁଷମା ମିଶ୍ର, ଶ୍ରୀମତୀ ସବିତାରାଣି ବେହେରା, ଶ୍ରୀମତୀ ମାନସୀ ପାତ୍ର, ଶ୍ରୀମତୀ ଇନ୍ଦୁମତି ଦାସ, ଡ. ଗାୟତ୍ରୀ କର, ଶ୍ରୀମତୀ ମୀରା ବେଉରା, ଶ୍ରୀମତୀ ମୀନତି କର ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ ।

ଏହି ଅବସରରେ ସୁସାହିତି୍ୟକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁସ୍ତକ ‘ଆଦି ଓ ମଧ୍ୟପର୍ବର ମହିୟସୀ ଲେଖିକା’ର ଶୁଭ ଲୋକାର୍ପଣ ହୋଇଥିଲା । ଯୁବ ଚିତ୍ରଶିଳ୍ପୀ ଦେବାଶିଷ ପତି ସ୍ୱଅଙ୍କିତ ପେନସିଲ ପ୍ରତିଛବିକୁ ମା’ମାନଙ୍କୁ ଅର୍ପଣ କରିଥିଲେ । ‘ଫୁଲ ଭଗବାନ ଫାଉଣ୍ଡେସନ’ ପକ୍ଷରୁ ପ୍ରକାଶିତ ବିଶିଷ୍ଟ କଥାକାର ସ୍ୱର୍ଗତା ବୀଣାପାଣି ମହାନ୍ତିଙ୍କ ପୁସ୍ତକ ‘ଶ୍ରେଷ୍ଠ କଥାଦଶକ’କୁ ଶ୍ରୀମତୀ ମିନାକ୍ଷୀ ରାଉତରାୟ ଓ ଶ୍ରୀମତୀ କୁସୁମ ପଟେଲ ମା’ମାନଙ୍କୁ ଅର୍ପଣ କରିଥିଲେ ।

ସୁନାମଣି ସିଂ ବୃକ୍ଷରୋପଣ କରିଥିଲେ । ଏହି ନବମାତୃକା ପୂଜାରେ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, କୁଳପତି ପ୍ରସନ୍ନ କୁମାର ସ୍ୱାଇଁ, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନସ ରଞ୍ଜନ ପାଢୀ, ଶଶାଙ୍କ ଶେଖର ମିଶ୍ର, ସରୋଜ କୁମାର ସିଂହ, ଶୁଭଙ୍କର ମହାପାତ୍ର, ସରୋଜ ଦାସ, ବିଜୟ ପାଢୀ, ପ୍ରତିମା ପଣ୍ଡା, ଡ. ବିନୋଦିନୀ ପାତ୍ର, ଡ. ସୁମିତ୍ରା ମିଶ୍ର, ଡ. ସୋମା ଚାନ୍ଦ, ମନୋରଞ୍ଜନ ବର୍ମା, ଗିରିଜା ମଞ୍ଜରୀ ପାଢୀ, ଡ. ନଳିନୀ ମହାପାତ୍ର, ପ୍ରଫେସର ତୃପ୍ତି ମହାନ୍ତି, ପ୍ରବୀର କୁମାର ନନ୍ଦୀ, ପ୍ରଫେସର ନନ୍ଦିତା ସ୍ୱାଇଁ, ସୁଷମା ଲେଙ୍କା, ଗୀତାରାଣି ପୁରୀ, ରେବତୀ ଦାସ, ଡ. ଶର୍ମିଷ୍ଠା ମହାପାତ୍ର ପ୍ରମୁଖ ଶତାଧିକ ଗୁଣୀଜ୍ଞାନୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସର୍ବଶେଷରେ ଶ୍ରୀ ଚିତରଞ୍ଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *