କେନ୍ଦ୍ରାପଡ଼ା,୨୧/୦୯/୨୦୨୫(ଓଡ଼ିଶା ସମାଚାର)- ଆରଏମସି ଅଧିନସ୍ତ ସାପ୍ତାହିକ ହାଟର ଉନ୍ନତି କରଣ ତଥା ଭଡା ସୂତ୍ରରେ ଦିଆଯାଉଥିବା ଦୋକାନ ଗୃହ ଗୁଡିକର ବକେୟା ଭଡା ଓ ନିୟମିତ ଭଡା ପ୍ରଦାନ ସଂକ୍ରାନ୍ତରେ ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆରଏମସି ଅଧିନସ୍ତ ମାର୍ଶାଘାଇ, ନଇଁନ୍ଦିପୁର, ହରିପୁର, ଆଳି, ଚାନ୍ଦୋଳ ଓ ପଟ୍ଟାମୁଣ୍ଡାଇ ମାର୍କେଟ ୟାର୍ଡର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା, ବିଦ୍ୟୁତ, କଂକ୍ରିଟ ରାସ୍ତା, ଦୋକାନ ଗୃହ ଗୁଡିକର ମରାମତି ସମେତ ବକେୟା ଘର ଭଡା ପ୍ରଦାନରେ ଅହେତୁକ ଅବହେଳା ପାଇଁ ନୋଟିସ ପ୍ରେରଣ, ଦୋକାନ ଘରର ଆଲଟମେ ଆଦେଶ ଖାରଜ ସମେତ ଅନ୍ୟାନ୍ୟ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ବିଭିନ୍ନ ମାର୍କେଟ ୟାର୍ଡର ସଦସ୍ୟ ଯଥା ରଣେନ୍ଦ୍ର କୁମାର ସ୍ୱାଇଁ, ସୁନାକାର ଗାହାଣ, ସୁରେନ୍ଦ୍ରନାଥ ଦାସ, ପ୍ରଶାନ୍ତ ବେହେରା, ପ୍ରକାଶ କୁମାର ଶତପଥୀ, ରବୀନ୍ଦ୍ର କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ଅଭିମନ୍ୟୁ ସାହୁ, ଲିଙ୍ଗରାଜ ଶତପଥୀ, ସନ୍ତୋଷ ମାହାଳି, ସରୋଜକାନ୍ତ ଦାସ, ବାବୁବାହାନ ଷଡଙ୍ଗୀ, ଅନନ୍ତ କୁମାର ରଥ, ତରୁଣ କୁମାର ଶତପଥୀ, ବସନ୍ତ କୁମାର ଓଝା, ହବେଶ ପଲ୍ଲାଇ, ଶିବାଶିଷ ମହାନ୍ତି, ଲଲାଟେନ୍ଦୁ ନାୟକ, ବିଶ୍ୱମୋହନ ଦାସ, ସୁଦୀପ୍ତ କୁମାର ନାୟକ, ବସନ୍ତ କୁମାର ନାୟକ, ସଞ୍ଜୟ କୁମାର ଗିରି, ସଞ୍ଜୟ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଦିଗାମ୍ବର ତରାଇ,ବୀରକିଶୋର ସ୍ୱାଇଁ, ନରେନ୍ଦ୍ର କୁମାର ମଲ୍ଲିକ, ମୁରଲୀଧର ସାହୁ, ଜିତେନ୍ଦ୍ର କୁମାର ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଆରଏମସି ସମ୍ପାଦକ ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
