ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ପାଳିତ

ରଣପୁର,୦୭/୦୧/୨୦୨୫ (ଓଡ଼ିଶା ସମାଚାର)-ରଣପୁରରେ ସର୍ବ ପ୍ରଥମେ ଖୋଲିଥିବା ୟୁକୋ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।୧୯୪୩ ମସିହାରେ କୋଲକାତା ଠାରେ ପ୍ରଥମେ କମରସିଆଲ ବ୍ୟାଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା । ୧୯୭୦ ମସିହାରେ ରଣପୁର ବ୍ଲକର ପ୍ରଥମ ବ୍ୟାଙ୍କ ଭାବେ ଏକ ଟିଣ ଛପର ଘରେ ଏହି ବ୍ୟାଙ୍କ ଆରମ୍ଭ ହୋଇଥିଲା । ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ଏହି ବ୍ୟାଙ୍କ ୫୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରଣପୁରରେ ଲୋକପ୍ରିୟତା ହାସଲ କରି ପାରିଛି ବୋଲି ମ୍ୟାନେଜର ଗଙ୍ଗାଧର ବେହେରା ମତ ଦେଇଛନ୍ତି । ବର୍ତ୍ତମାନ ରଣପୁରରେ ଅନେକ ବ୍ୟାଙ୍କ ଖୋଲିଛି, କିନ୍ତୁ ୫୫ ବର୍ଷ ଧରି ରଣପୁର ଅଞ୍ଚଳ ଅନେକ ବ୍ୟକ୍ତି ୟୁକୋ ବ୍ୟାଙ୍କ ସହ ବାନ୍ଧି ହୋଇ ରହିଛନ୍ତି ବୋଲି ମ୍ୟାନେଜର ମତ ଦେଇଛନ୍ତି । ପ୍ରତିଷ୍ଠା ଦିବସ ଉପଲକ୍ଷେ ଶାଖାକୁ ଆକର୍ଷଣୀୟ ଭାବେ ସଜାଇବା ସହିତ କେକ୍ କଟା ଯାଇ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ମିଷ୍ଟାନ ବଣ୍ଟା ଯାଇଥିଲା । ବର୍ତ୍ତମାନ ବ୍ୟାଙ୍କରେ ଥିବା ସମସ୍ତ କର୍ମଚାରୀ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇ ପାରୁଛନ୍ତି ବୋଲି ମୁଖ୍ୟ ଅତିଥି ବିରଞ୍ଚି ତ୍ରିପାଠୀ ମତ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ନେଇ ଏକ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରକାଶ ମହାରଣା, ଜ୍ୟୋତିର୍ମୟୀ ପରିଡା, ଅମ୍ରିତା ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ବିଶ୍ୱାଳ, ଅନୁରାଧା ଛୋଟରାୟ, ଦେବାଶିଷ ପାତ୍ର, ମାନସ ରଞ୍ଜନ ତରେଇ, ପୁର୍ଣିମା ସାହୁ, ସୁଦୀପ୍ତ ଗୁଇନ ପ୍ରମୁଖ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *