କଟକ ସଦର,୨୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ରାଜ୍ୟ ଗୋ ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ ତଥା ସନାତନୀ ସେନାର ଆଜୀଵନ ସଦସ୍ୟ ସନାତନ ସେଠୀଙ୍କ ଅକାଳ ବିୟୋଗରେ ତାଙ୍କ ପରିବାରର ଦାୟିତ୍ବ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନେଇ ମହାନତା ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରକାଶ ଯେ ଗତ ୧୪ ତାରିଖ ରେ ସନାତନ ଗୋ ସୁରକ୍ଷା ସମାବେଶ ରେ ଯୋଗ ଦେବାକୁ ପୁରୀ ଯାଇଥିବା ବେଳେ ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପୁରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥା ଅଧିକ ବିଗିଡିଵାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା।
ହେଲେ ସେଠାରେ ତାଙ୍କର ମୃତ୍ୟୁ ସୋଇଥିଲା। ଖବରପାଇ ବିଧାୟକ ପ୍ରକାଶ ଉକ୍ତ ଦିନ ମେଡିକାଲ ରେ ରାତିସାରା ରହି ପରଦିନ ପୋଷ୍ଟ ମର୍ଟମର ସୁବ୍ୟବସ୍ଥା କରାଇ ଶଵ ସହିତ ତାଙ୍କ ପରମହଂସ ପଞ୍ଚାୟତ ହାଟସାହି ଗ୍ରାମର ଘରକୁ ଆସିଵା ସହିତ ମଶାଣି ପର୍ଯ୍ୟନ୍ତ କୋକେଇରେ କାନ୍ଧ ଦେଇଥିଲେ। ଏଥିସହିତ ତାଙ୍କ ପରିବାରକୁ ଭେଟି କ୍ରିୟା କର୍ମ ପାଇଁ ସମସ୍ତ ଖର୍ଚ୍ଚର ସୁବ୍ୟବସ୍ଥା କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ସେହିପରି ମୃତକ ସନାତନ ଙ୍କ ପରିଵାର ର ଭରଣପୋଷଣ ଓ ତାଙ୍କ ବିଧବା ପତ୍ନୀ ଙ୍କୁ ଏକ ସ୍ଥାୟୀ ଚାକିରି ଯୋଗାଇଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକଙ୍କ ଏତାଦୃଶ ମହନୀୟ କାର୍ଯ୍ୟକୁ ସାଧାରଣରେ ଭୁୟସୀ ପ୍ରଶଂସା ମିଳୁଥିବା ଜଣାପଡିଛି।
