ହତ୍ୟା ଅଭିଯୋଗ ଆଣିଲେ ମାମୁଁ
କଟକ ସଦର,୨୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ଥାନା ଅନ୍ତର୍ଗତ ମାଣପୁର ଗ୍ରାମର ଜନୈକ ଯୁବକ ରୁଦ୍ରନାରାୟଣ ବେହେରା (୨୪)ଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିପାଇଁ ରୁଦ୍ରନାରାୟଣ ଙ୍କ ମାମୁଁ ବଡ଼ମ୍ବା ଅଞ୍ଚଳର ବାସୁଦେବ ବେହେରା ସାବତ ମା ଓ ଵାପା ମିଶି ପୁଅକୁ ମାରି କାହାକୁ କିଛି ନଜଣାଇ ତରବରିଆ ଭାବେ ପୋଡି ଦେଇଥିବା ଥାନା ରେ ଅଭିଯୋଗ କରିଛନ୍ତି।
ଏଥିପାଇଁ ଥାନାରେ ୨୪୯/୨୦୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ ସାଇଣ୍ଟିଫିକ ଟିମ୍ ଦ୍ୱାରା ମଶାଣି ରୁ ହାଡ ପାଉଁସ ଉଦ୍ଧାର କରି ପରୀକ୍ଷା ପାଇଁ ଫୋରୋନସିକ ଲ୍ୟାବ ପଠାଇ ଅଧିକ ତଦନ୍ତ ଜାରି ରହିଥିଵା ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତିଙ୍କ ପକ୍ଷରୁ ଜଣାପଡିଛି।
