ବରିଷ୍ଠ ନାଗରିକ ତୀର୍ଥଯାତ୍ରା : ଦ୍ୱିତୀୟ ଟ୍ରେନ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ବ୍ରହ୍ମପୁରରୁ ଶୁକ୍ରବାର ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନର ଶୁଭାରମ୍ଭ ହୋଇଛି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ।

ଏସମ୍ପର୍କରେ ସୂଚନା ଦେଇ ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ରେଶମ ସହର ବ୍ରହ୍ମପୁରରୁ ଚଳିତ ଆର୍ଥିକ ବର୍ଷ ପାଇଁ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନର ଶୁଭାରମ୍ଭ କଲୁ ।

ଆଜି ମୋଟ ୭୭୫ ଜଣ ତୀର୍ଥଯାତ୍ରୀଙ୍କ ସହ ୨୫ ଜଣ ଏସକର୍ଟ୍ ଅଧିକାରୀ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି । ବରିଷ୍ଠ ନାଗରିକମାନଙ୍କର ତୀର୍ଥଯାତ୍ରା ଅଭିଳାଷ ପୂରଣ କରୁଥିବା ଏହି ଯୋଜନା ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ଆଇଆରସିଟିସି ସହଭାଗିତାରେ କାର୍ଯ୍ୟକାରୀ ହେଉଛି । ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲାର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ଭବ୍ୟ ସୁଯୋଗ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ଜିଲାପାଳଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *