ପାରୁଲରାଣୀ ଦାସ  ସ୍ମାରକୀ ପାଠାଗାରାର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ।

ଯାଜପୁର, ୧୪/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) -ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତର ନବଭାରତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଥିବା ପାରୁଲରାଣୀ ଦାସ ସ୍ମାରକୀ ପାଠାଗାରାର ପ୍ରଥମ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଶିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ଇଞ୍ଜିନିୟର ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରୁଲରାଣୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ଗିରିଶ ବିହାରୀ ମିଶ୍ର, ପୁରାତନ ଛାତ୍ର ସଂସଦ  ସଭାପତି  ଡ଼ .କୈଳାସ ଚନ୍ଦ୍ର ପତି,ଗୁରୁଚରଣ ସାହୁ,ପ୍ରମୋଦ କୁମାର ଧଳ, ଅଜୟ କୁମାର ସାହୁ,ରତ୍ନାକର ସାହୁ, ଦୋଳ ଗୋବିନ୍ଦ ଦାସ,ଦୁଃଖୀ ଶ୍ୟାମ ସାହୁ, ଟିକ ମଲ୍ଲିକ, ରବୀନ୍ଦ୍ର ମଣ୍ଡଳ, ଦେବେନ୍ଦ୍ର ଦାସ,ହରିହର ରାଉତ, ମନମୋହନ ଦାସ,ସୁରେନ୍ଦ୍ର ସାହୁ,,ଦେବବ୍ରତ ଦାସ , ଚିତ୍ତ ରଞ୍ଜନ ପରିଡା,ବିକ୍ରମ ଚରଣ ସାହୁ,ଅନିଲ କୁମାର ଷଡଙ୍ଗୀ, ସତ୍ୟରଞ୍ଜନ କର, ଜ୍ୟୋତିରଞ୍ଜନ ମଣ୍ଡଳ, ବଦ୍ରି ନାରାୟଣ ବେହେରା, ଗୋପୀନାଥ ରାଉତ,ମନୋଜ କୁମାର ସାହୁ,, ବିଶ୍ଵଭୂଷଣ ନନ୍ଦ,ପ୍ରଭାତ କୁମାର ମଲ୍ଲିକ,ସଦାନନ୍ଦ ମଲ୍ଲିକ, ରବୀନ୍ଦ୍ର ରଣା, ପ୍ରସୂନ ନନ୍ଦ, କୈଳାସ ନନ୍ଦ,ଗୋପାଳ ଚନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ବହୁ ଶିକ୍ଷାବିତ, ବୁଦ୍ଧିଜୀବି, ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ  ପାଠାଗାର ପରିସରରେ ଏକ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ବିଦ୍ୟାଳୟର  ସୁବର୍ଣ୍ଣଜୟନ୍ତୀ କୁ କିପରି ସରସ, ସୁନ୍ଦର ଭାବେ ପାଳନ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ସ୍ୱର୍ଗତ ପାରୁଲରାଣୀ ଦାସ ଙ୍କ ସ୍ୱାମୀ ବିଶିଷ୍ଠ ସମାଜସେବୀ ତଥା ଅବସ୍ତରପ୍ରାପ୍ତ ନୌସେନା ଅଧିକାରୀ ଶ୍ରୀଯୁକ୍ତ ବନ ବିହାରୀ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଈଶ୍ବରଙ୍କ ନିକଟରେ ତାଙ୍କର ସୁସ୍ଥ ଦୀର୍ଘ,ନିରାମୟ ଜୀବନଯାପନ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *