ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଯାପିତ

ଭୁବନ ୦୩/୦୯/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମରକ୍ଷା କୌଶଳ ଶିବିର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଶିଲା ବେହେରା ଓ ଅନିତା ପୃଷ୍ଟି ଛାତ୍ରୀ ମାନଙ୍କୁ ଜୁଡୋ,କରାଟେ ଆତ୍ମରକ୍ଷା କୌଶଳ ଶିକ୍ଷା ଦେବା ସହ ପ୍ରତିକୂଳ ପରିସ୍ଥିତିରେ ସଠିକ୍ ଉପଯୋଗ କରି ନିଜର ସୁରକ୍ଷା କରିବା ସହ ସମାଜକୁ ସୁରକ୍ଷା ଦେଇ ପାରିଲେ ନାରୀ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ।ସଂଯୋଜିକା ଡଃ ପ୍ରମିଳା ଦାସ,କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ପରିଚାଳନା କରିଥିଲେ।

ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳ ପ୍ରଦାନ କରିଥିଲେ ।ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଅଧ୍ୟାପିକା ଡ଼ଃ ମମତା ପାତ୍ର ଶାରୀରିକ ସହ କୌଣସି କାର୍ଯ୍ୟର ସଠିକ୍ ଉପଯୋଗ ପାଇଁ ପ୍ରଥମେ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଶେଷରେ କ୍ରୀଡ଼ା ଶିକ୍ଷକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *