ଜିଲ୍ଲା ସ୍ତରୀୟ ସୁସ୍ଥ ନାରୀ ଓ ସଶକ୍ତ ପରିବାର  ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର,୧୭/୦୯/୨୦୨୫ (ଓଡ଼ିଶା ସମାଚାର)-  ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି  ଜଗତ ସିଂହ ପୁର ଦ୍ଵାରା ଆୟୋଜିତ  ଜିଲ୍ଲା ସ୍ତରୀୟ ସୁସ୍ଥ ନାରୀ ଓ ସଶକ୍ତ ପରିବାର  ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ  ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇମୁଖ୍ୟ ଚିକିତ୍ସାଳୟ ବିଶେଷଜ୍ଞ ଶିବିର କୁ ଶୁଭ ଉଦ୍ଘାଟନ କରିଛନ୍ତି।

ଏହା ସହିତ  ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ  ସୋନାଲ , ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ,ମେଡିକାଲ ସୁପାରିଟେଣ୍ଡେଣ୍ଟ ଡା କେ ସି ସାହୁ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରମୋଦ କୁମାର ବାରିକ  , ଡ଼ା  ରଶ୍ମୀ ରଞ୍ଜନ ପଟ୍ଟାୟକ, ଡ଼ା ବାସନ୍ତୀ ପାଲ, ଡ଼ା ଶତ୍ରୁଘ୍ନ ଦାସ , ଡ଼ା ସରୋଜ କୁମାର ଜେନା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ଜିଲ୍ଲା  ସ୍ତରୀୟ ଅଧିକାରି,ଜିଲ୍ଲ।  ପ୍ରକଳ୍ପ ଅଧିକାରି ସୋନାଲି ପ୍ରିୟଦର୍ଶିନୀ , ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ନୀଳ ମାଧବ ରଥ,ଡେପୁଟୀ ମ୍ୟାନେଜର ସନ୍ଧ୍ୟାରଣି ପଣ୍ଡା,ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ସଚିନ କୁମାର  ସାହୁ ସହିତ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ  ଚିକିତ୍ସାକ, ନର୍ସିଂ ଅଫିସର  , କାଉନସିଲର ଫାର୍ମାସିଷ୍ଟ  ପ୍ରମୁଖ ଆଦି ଉପସ୍ଥିତ ରହି ଉଦଘାଟନ ଅଂଶଗ୍ରହଣ କରିଥିଲେ।

ଏହି  ସ୍ଵାସ୍ଥ୍ୟ ବିଶେଷଙ୍କ ଶିବିର ରେ ସମସ୍ତ ଗର୍ଭ ବତୀ, ପ୍ରସୂତୀ,କିଶୋରୀ ସମସ୍ତ ଅନ୍ୟାନ୍ୟ ବୟସ ନିର୍ବଶେଷ ରେ ଅନ୍ୟାନ୍ୟ ବର୍ଗ ର ମା ମାନଙ୍କୁ ସ୍ଵାସ୍ଥ୍ୟ ସେବା, ସ୍ଵତନ୍ତ୍ର ଚିକିତ୍ସ। ,ପରାମର୍ଶ ସେବା ଆଜି ଠା ରୁ ୨ଅକ୍ଟୋବର ଯାଏଁ ପ୍ରଦାନ କରାଯିବ। ଏଥି ସହିତ ଜିଲ୍ଲା ର ସମସ୍ତ ସ୍ଵାସ୍ଥ୍ୟ ଉପକେନ୍ଦ୍ର,ପ୍ରାଥମିକ ସ୍ବାସ୍ଥୟକେନ୍ଦ୍ରର,ଗୋଷ୍ଠୀ ସ୍ବାସ୍ଥୟକେନ୍ଦ୍ରରେ,ମମତା ଦିବସରେ,ତ। ସହିତ ଟୀକାଦାନ କେନ୍ଦ୍ର ରେ ସ୍ଵାସ୍ଥ୍ୟ ସେବା ଶିବିର ମାଧ୍ୟମରେ ସମସ୍ତ ବର୍ଗ ର ମହିଳା ମାନଙ୍କ ପାଇଁ ବିଭିନ୍ନ ରୋଗ ଚିହ୍ନଟୀ କରଣ,ଚିକିତ୍ସା ଓ  ପରାମର୍ଶ କେନ୍ଦ୍ର ଖୋଲା ଯାଇଛି । ଏହି କାର୍ଯକ୍ରମ ରେ ମାନ୍ୟବର ସାଂସଦ ସମସ୍ତ ସେବା ଗ୍ରହଣ କାରି ଓ ସେବା ପ୍ରଦନକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ର ସୁଚିନ୍ତିତ  ଓ ସଫଳ କାର୍ଯକ୍ରମ ର ସଫଳ କରିବା ପାଇଁ ସମସ୍ତଙ୍କୁ ଆହୂ ନ  କରିଥିଲେ ।

ଜିଲ୍ଲାପାଳ ଏଇ ସୁଚିନ୍ତିତ କାର୍ଯକ୍ରମ କୁ ଶତପ୍ରତିଶତ କରିବା ପାଇଁ ମେଡିକାଲ୍ ଟିମ୍  କହିଥିଲେ ।ଏହି ଅବସରରେ  ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ରାଜେନ୍ଦ୍ର ପାଣିଗ୍ରାହୀ ଏହି ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୁଖ୍ୟତଃ ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମସ୍ତ ମହିଳା ହିତାଧିକାରୀ ମାନଙ୍କର ବିଭିନୁ ପରୀକ୍ଷା ଯଥା  ଅନୀମିଆ ପରୀକ୍ଷା,ଅଣସଂକ୍ରାମକ ରୋଗ ଚିହ୍ନଟକରଣ, ଟିବି ରୋଗର ପରୀକ୍ଷା , ମା ମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା ଯଥା ଅଣସଂକ୍ରାମକ ରୋଗର ଚିହ୍ନଟ କରଣ, ଟିଭି ରୋଗର ପରୀକ୍ଷା, ଟୀକାକରଣ,ବିଭିନ୍ନ ପ୍ରକାର କର୍କଟ ରୋଗ, ସିକିଲ ସେଲ ଓ ଥାଲାସେମିଆ ଇତ୍ୟାଦି ରୋଗର ପରୀକ୍ଷା, ଗର୍ଭବତୀ ମା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା , ପୋଷଣ ମାହ ସହ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

 କାର୍ଯ୍ୟକ୍ରମର  ସଫଳ ରୂପାୟନ ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ସହିତ ସମାଜର ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଧିକ ରୁ ଅଧିକ ସଂଖ୍ୟକ ମହିଳା ଓ ମା ମାନଙ୍କ ଅଂଶ ଗ୍ରହଣ ପାଇଁ ପଦକ୍ଷେପ ନିଆଯାଇଛି ।

ବିଦ୍ୟାଳୟ ସ୍ତରରେ ମୋବାଇଲ ହେଲଥ ୟୁନିଟ ମାଧ୍ୟମରେ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।ସର୍ବ ଶେଷ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ର ଅଧିକାରି ଡ଼ା କୈଳାଶ ଚନ୍ଦ୍ର ସାହୁ  ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *