ଗ୍ରାମାଞ୍ଚଳ ଲୋକଙ୍କୁ ମିଳିବ ଅଧିକ ସ୍ୱାସ୍ଥ୍ୟ ସୁବିଧା

ନିଶ୍ଚିନ୍ତକୋଇଲି,୧୬/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନ ପୁର ଠାରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏହାକୁ ଲୋକାର୍ପଣ କରିଛନ୍ତି ।

ଉଦଘାଟନ ଉତ୍ସବ ରେ ବିଧାୟକ ଶ୍ରୀ ସେଠୀ କହିଲେ ଯେ, ଏଠାରେ ଲୋକେ ତୁରନ୍ତ ସାଧାରଣ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଦୀର୍ଘଦିନ ପରେ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟିକୁ କାର୍ଯ୍ୟକ୍ଷମ କରାଯାଇଛି ।

ସ୍ଥାନୀୟ ଲୋକମାନଙ୍କର ଏହା ଦୀର୍ଘଦିନର ଅଭିଳାଷ ରହିଥିଲା । ତାହା ଆଜି ସାକାର ରୂପନେଇଛି । କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ବିଶ୍ୱ ଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା, ବି ଜେ ପି ମଣ୍ଡଳ ସଭାପତି ମୀନକେତନ ମହାନ୍ତି, ବିଜେପି ନେତା ରଞ୍ଜନ ନନ୍ଦ, ରମେଶ ବେହେରା ଙ୍କ ସମେତ ଜନସାଧାରଣ ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *