ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳିତ

ଭୁବନେଶ୍ୱର /ଗରଦପୁର ,୨୪/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ  ବସନ୍ତପୁର ଦ୍ୱାରା ବିଶିଷ୍ଟ ସାଇ ଭକ୍ତ  ତଥା ସାଇ ଆଧ୍ୟାତ୍ମିକ ଚେତନା ଏବଂ ଦର୍ଶନକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ଗୁରଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳନ ଅବସରରେ ସ୍କୁଲ ପିଲାମାନଙ୍କ ପାଇଁ ଏକ  ଶ୍ରୀ ଜଗନ୍ନାଥ ଓ଼ ଶ୍ରୀ ସାଇନାଥଙ୍କ ଚିତ୍ରାଙ୍କନ  ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ-୩, କେଶରୀ ହଲ ପଛପଟ ସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି  ।

ଏହି କାର୍ୟ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ମୁନ୍ନା ଖାଁ,  ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଟିଡ଼ିସି ଅଧ୍ୟକ୍ଷ ଡ.ଲେନିନ ମହାନ୍ତି, ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷା, ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓୟୁଟିଆର ରେଜିଷ୍ଟ୍ରର ଶ୍ରୀମତି ରେଣୁପ୍ରଭା ନାୟକ ପ୍ରମୁଖ ଅଥିତି ଭାବେ ଯୋଗଦାନ କରିଥିଲେ ।  ଏହି କାର୍ୟ୍ୟକ୍ରମରେ  ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବାସହ କାର୍ୟ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । କାର୍ୟ୍ୟକ୍ରମରେ ଭୁବନେଶ୍ୱର ସହରର ବିଭିନ୍ନ ସ୍କୁଲରୁ ପାଞ୍ଚଶହରୁ ଉର୍ଦ୍ଧ ସ୍କୁଲ ଛାତ୍ର ଛାତ୍ରୀ ଯୋଗଦାନ କରି ଚିତ୍ରାଙ୍କନ ପ୍ରତିଯୋଗିତାରେ  ଅଂଶ ଗ୍ରହଣ କରିବା ସହ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।  ଉକ୍ତ କାର୍ୟ୍ୟକ୍ରମରେ ଗୀତିକାର ଶ୍ରୀ ଜ୍ଞାନ ମହାନ୍ତି, ସଂଗୀତ ଶିକ୍ଷକ ଶ୍ରୀ ଅମିତାଭ ସାହୁ, ଟ୍ରଷ୍ଟ ସଦସ୍ୟ ଡ଼ ଟୁନା ସାହୁ,  ଚିତ୍ର ଶିଳ୍ପୀ ସତ୍ୟ  ଶେଖର  ପରିଡା, ଅମିତ ଦାସ ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ଶ୍ରୀମତୀ ପୂର୍ଣ୍ଣିମା ପଟ୍ଟନାୟକ ସଂଗୀତ ପରିବେଷଣ କରିଥିଲେ  ।

Leave a Reply

Your email address will not be published. Required fields are marked *