ଗୋ ସୁରକ୍ଷା ସମାବେଶ ପୁରୀକୁ ଯାଇଁ ଶବ ହୋଇ ଫେରିଲେ,କାନ୍ଧ ଦେଲେ ବିଧାୟକ
କଟକ ସଦର, ୧୫/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ହାଟସାହି ଗ୍ରାମର ପ୍ରଚଣ୍ତ ହିନ୍ଦୁଵାଦୀ ସଂଗଠକ,ଗୋ ରକ୍ଷକ ତଥା ଗୋ ସୁରକ୍ଷା ମଞ୍ଚର ସକ୍ରିୟ ସଭ୍ୟ,ପ୍ରଖର ହିନ୍ଦୁ ଭକ୍ତ,କଟର ହିନ୍ଦୁ,ବିଶ୍ୱ ହିନ୍ଦୁ ପରିଷଦ ର ଆଜୀଵନ ସଦସ୍ୟ, ହିନ୍ଦୁ ସେନା ଓ ବଜରଙ୍ଗ ଦଳର ସଦସ୍ୟ,ସନାତନୀ ସେନାର ଆଜୀଵନ ସଦସ୍ୟ, ସନାତନ ସେଠୀ (କଣ୍ଡୁରି) ଙ୍କର ୪୭ ବର୍ଷ ବୟସରେ ଗତକାଲି ରବିବାର ରାତିରେ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା ଜଣାପଡିବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।
ପ୍ରକାଶ ଯେ ସନାତନ ଗତକାଲି ଗୋ ସୁରକ୍ଷା ସମାବେଶ ରେ ଯୋଗ ଦେବାକୁ ପୁରୀ ଯାଇଥିବା ବେଳେ ସେଠାରେ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥା ଅଧିକ ବିଗିଡିଵାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଶଵକୁ ଆଜି ସୋମବାର ଦିନ ପୋଷ୍ଟ ମର୍ଟମ କରାଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ବିରାଟ ଶୋଭାଯାତ୍ରାରେ ନିଆଯାଇ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଥିରେ ଶଵ କୋକେଇରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କାନ୍ଧ ଦେଇ ମଶାଣି ପର୍ଯ୍ୟନ୍ତ ଯାଇଥିଲେ।
ହସଖୁସିରେ ପୁରୀ ଯାଇଁ ଶବ ହୋଇ ଫେରିବାକୁ ନେଇ ତାଙ୍କ ଶୁଭେଚ୍ଛୁ ମାନେ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଏଥିପାଇଁ ମଙ୍ଗଳାବାଗ ଥାନା ରେ ଉପଯୁକ୍ତ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ମୃତ୍ୟୁ ରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଶିଷ୍ଟ ପ୍ରଵଚକ ଵାଵା ଦିବାକର ଦାସ ମହାରାଜ, ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ,ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ରାଜ୍ୟ ଵିଜେପି ମୂଖପାତ୍ର ଦିଲିପ ମଲ୍ଲିକ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,
କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା,ଗୋ ସୁରକ୍ଷା ମଞ୍ଚର ରାଜ୍ୟ କାର୍ଯ୍ୟକର୍ତ୍ତା ସଂଜୟ ବିଶ୍ୱାସ, ସମାଜସେବୀକା ଵିଦ୍ୟାଶ୍ରୀ ଦାଶ, ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ବିଜେପି ନେତା ନିର୍ମଳ ଦାସ, ପୂର୍ବତନ ସରପଂଚ ଅକ୍ଷୟ ପରିଡ଼ା ପ୍ରମୁଖ ବହୁ ନେତୃମଣ୍ଡଳୀ ଓ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରିଛନ୍ତି।
