ଉଇସଡମ୍ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

କଟକ ସଦର, ୧୫/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):  କଟକ ସଦର ଅନ୍ତର୍ଗତ କିଶନନଗର ଵୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ  ମାଧ୍ୟମ ଉଇସଡମ୍ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଶନିବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ସ୍କୁଲର ପ୍ରିନ୍ସିପାଲ ଅପରାଜିତା ଘୋଷାଲ ଙ୍କ ପୈରୋହିତ୍ୟରେ ଆୟୋଜିତ ଉତ୍ସବରେ କିଶନନଗର ତହସିଲ ର ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ୟ୍ୟ, ଶିକ୍ଷାବିତ ସୁଧାକର ସ୍ୱାଇଁ , ଅଧ୍ୟାପକ ସଲମାନ୍ ଖାନ୍, ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ, ପ୍ରତିଷ୍ଠାତା ସଂପାଦକ ବିବେକାନନ୍ଦ ଭୁୟାଁ, ରୋଜାଲିନ ଏଜୁକେସନାଲ ଟ୍ରଷ୍ଟ ର ଅଧ୍ୟକ୍ଷା ରୋଜାଲିନ ଭୁୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ୟ୍ୟ, ଶିକ୍ଷାବିତ ସୁଧାକର ସ୍ୱ।ଇଁ, କୃତି ବିଦ୍ୟାର୍ଥୀ ସୁଶ୍ରୀ ସାଇ ସମୀକ୍ଷା ସ୍ୱ।ଇଁ, ସମାଜସେବୀ ସରିତ କୁମାର ମହାପାତ୍ର, ଦୃଷ୍ଟି ବାଧକ କଣ୍ଠଶିଳ୍ପୀ ଅବଦୁଲ ସମଦ୍ ନିଜାମ୍, କୃଷିଵିତ୍ ଜ୍ୟୋତିପ୍ରକାଶ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। କାର୍ୟ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କର୍ମଚାରୀ ମାନେ ସହାୟତା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *