ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ 

ଆସିକା, ୦୭/୦୫/୨୦୨୪ (ଓଡ଼ିଶା ସମାଚାର)-  ଆସିକା-ହିଞ୍ଜିଳି ଥାନା ରାଲବ ଛକରେ ଅଘଟଣ । ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ୧୯ ବର୍ଷୀୟ ରାହୁଲ ନାୟକ । ରାହୁଲଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରାହୁଲ ହିଞ୍ଜିଳିରୁ ନିଜ ଗ୍ରାମ କୁଟିଆ ପଦରକୁ ଏକ ଘରୋଇ ବସ୍ ଯୋଗେ ଯାଉଥିଲେ । କୌଣସି କାରଣରୁ ବସରୁ ଖସି ଯାଇ ବସ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *