ଓଡ଼ିଶା ଡ୍ରାଫ୍ଟସମ୍ୟାନ ଟ୍ରେସର ଓ ଫେରୋ ପ୍ରିନ୍ଟର ସଂଘର ରାଜ୍ୟସ୍ତରୀୟ ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,୧୧/୦୯/୨୦୨୫(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ୟୁନିଟ୍-୨, ରୋଡ଼ ନଂ-୧୪ ଆଇଭିଏ-୧୬/୬ କର୍ମଚାରୀ ଭବନରେ ଓଡ଼ିଶା ଡ୍ରାଫ୍ଟସମ୍ୟାନ ଟ୍ରେସର ଓ ଫେରୋ ପି୍ରନ୍ଟର ସଂଘର ରାଜ୍ୟସ୍ତରୀୟ ଦ୍ୱାଦଶ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ସହ ଅନୁବନ୍ଧିତ ଏହି ସଂଘର ସମ୍ମିଳନୀ ପାଇଁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ଚିଠି ନଂ-୩୭୦୮୩ ତା ୦୪.୦୯.୨୦୦୫ରେ ମଞ୍ଜୁର ପ୍ରଦାନ କରାଯାଇ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀକୁ ରାଜ୍ୟ କର୍ମଚାରୀ ସମନ୍ୱୟ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନନ୍ଦ କୁମାର କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ସମସ୍ତ ଜିଲାରୁ ସଂଘର ସମସ୍ତ କର୍ମକର୍ତା ଯୋଗଦେଇ (୧) ଟ୍ରେସରସ ଓ ଡ୍ରାଫ୍ଟମ୍ୟାନ ପଦବୀକୁ ମିଶାଇ କେବଳ ଡ୍ରାଫ୍ଟସମ୍ୟାନ ପଦବୀ କରାଯିବା (୨) ପଦୋନ୍ନତି କ୍ଷେତ୍ରରେ ବରିଷ୍ଠ ଡ୍ରାଫ୍ଟସମ୍ୟାନ ଓ ମୁଖ୍ୟ ଡ୍ରାଫ୍ଟସମ୍ୟାନ ପଦବୀକୁ ଉନ୍ନୀତ କରାଯିବା (୩) ଡ୍ରାଫ୍ଟସମ୍ୟାମାନଙ୍କ ଦରମା ହାର ଗ୍ରେଡ଼ ପେ ଟ.୪,୨୦୦/-, ବରିଷ୍ଠ ଡ୍ରାଫ୍ଟମ୍ୟାନଙ୍କ ଦରମାହାର ଗ୍ରେଡ଼ ପେ ଟ.୪,୬୦୦/- ଓ ମୁଖ୍ୟ ଡ୍ରାଫ୍ଟମ୍ୟାନଙ୍କ ଦରମା ଗ୍ରେଡ୍ ପେ ଟ. ୪,୮୦୦/- ପ୍ରଦାନ କରାଯିବା

(୪) ଯନ୍ତ୍ରଚାଳିତ ଜ୍ଞାନକୌଶଳର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଡ୍ରାଫ୍ଟସମ୍ୟାମ ମାନଙ୍କୁ କମ୍ପୁଟର ପ୍ରଶିକ୍ଷଣ ଦିଆଯିବା ଓ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆନଯିବା (୫) ବିଭିନ୍ନ ବୈଷୟିକ ବିଭାଗରେ ଫେରୋପି୍ରନ୍ଟର୍ସମାନଙ୍କ ପଦୋନ୍ନତିରେ କୌଣସି ସୁବିଧା ନଥିବାରୁ ସେମାନଙ୍କୁ ଯୋଗ୍ୟତାଭିତିି ପୋଦନ୍ନତି ଦିଆଯିବା (୬) ଅବସର ବୟସସୀମା ୬୨କୁ ବୃଦ୍ଧି କରିବା ସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବା (୭) ଡ୍ରଇଁ କର୍ମଚାରୀମାନଙ୍କ କ୍ୟାଡ଼ର ରୁଲ କରାଯିବା ସହ ଜବଚାଟ ପ୍ରସ୍ତୁତ କରାଯିବା (୮) ୨୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମାର ବ୍ୟବସ୍ଥା କରାଯିବା (୯) ରାଜ୍ୟ ସରକାରଙ୍କ ବିଭିନ୍ନ ଯାନ୍ତ୍ରିକ ବିଭାଗରେ ଖାଲିଥିବା ପଦବୀକୁ ତୁରନ୍ତ ପୂରଣ କରିବା ଆଦି ୯ ଦଫା ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ କର୍ମଚାରୀ ସମନ୍ୱୟ ସମିିତିର ରାଜ୍ୟ ସଭାପତି ନାରାୟଣ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଡ୍ରାଫ୍ଟସମ୍ୟାନ ସଂଘର ବରିଷ୍ଠ ଉପଦେଷ୍ଟା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ରାଜ୍ୟ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନୂତନ ସଭାପତି ସାଗର ଚରଣ ଚାତାର, ଉପସଭାପତି ଶୁଭ୍ରାଂଶୁ ଶେଖର ପାତ୍ର ଓ ମୋନାଲିସା ପ୍ରଧାନ, ସାଧାରଣ ସମ୍ପାଦକ ନାରାୟଣ ମୁଦୁଲି, କାର୍ଯ୍ୟାଳୟ ସମ୍ପାଦକ ଲଳିତ କୁମାର ଦାସ ଓ କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ମିଶ୍ର ନିର୍ବାଚିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ବିଶ୍ୱାଳ ଅଡିଟ ସମୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *