ଜଗତସିଂହପୁର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)-ଚଳିତବର୍ଷ ସାଧାରଣ ନିର୍ବାଚନ ୨୦୨୪ ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ରେ ଜୁନ ୧ ରେ ମତଦାନ ଧାର୍ୟ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅନୁପମ ସାହା ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାର ସହ, ଅବାଧ ଭାବେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ଭୋଟର ମାନଙ୍କୁ ସଚେତନ କରିବା ନିମନ୍ତେ SVEEP (ସ୍ୱିପ )ଅନ୍ତର୍ଗତ ବିଭିନ୍ନ ସଚେତନତା ଧର୍ମି କାର୍ୟ୍ୟକ୍ରମ ଚାଲୁରହିଛି। ଆଜି ଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ଏକ ନିଆରା ଢଙ୍ଗରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ଜୁନ ୧ ତାରିଖ ରେ ଭୋଟ ଦେବା ପାଇଁ ସଚେତନ କରିବା ନିମନ୍ତେ ସ୍ଵତନ୍ତ୍ର ଭିଡିଓ ବାର୍ତ୍ତା ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ରେ କିନ୍ନର ମାନେ ଗାଡି ରେ ଯାଉଥିବା ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଜୁନ ୧ ତାରିଖ ରେ ନିଜେ ଓ ନିଜର ପରିବାର ସହ ବୁଥ ରେ ପହଞ୍ଚି ମତଦାନ ସହ ଦେଶ ଓ ରାଜ୍ୟ ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଅନୁରୋଧ କରୁଛନ୍ତି। ସେହିପରି ଅନ୍ୟ ଏକ ଭିଡିଓ ରେ ଚା’ ଖଟି ରେ ଗ୍ରାହକ ମାନଙ୍କୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଜିଲ୍ଲା ପ୍ରଶାସନ ର ଏହି ଅଭିନବ ଶୈଳୀ ନିଶ୍ଚିତ ଭାବେ ଜିଲ୍ଲାବାସୀ ଙ୍କୁ ଜୁନ ୧ ରେ ମତଦାନ ନିମନ୍ତେ ଉତ୍ସାହିତ କରିବ। ପ୍ରକାଶ ଥାଉକି, ଜିଲ୍ଲା ର ବିଭିନ୍ନ ବ୍ଲକ୍ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ SVEEP ମାଧ୍ୟମରେ ଭୋଟର ସଚେତନତା କାର୍ୟ୍ୟକ୍ରମ ଚାଲୁ ରହିଛି।
ନିଆରା ଶୈଳୀ ରେ ଜିଲ୍ଲା ପ୍ରଶାସନ ର ଭୋଟର ସଚେତନତା

Video Player
00:00
00:00