ବାବା ବାସୁଦେବ ଚ୍ୟାଲେଂଚ କ୍ରିକେଟ କ୍ଳବ ଟୁର୍ଣ୍ଣାମେଂଟ -୨୦୨୬,ଏରଂଚ ଟିମ୍ ଅଡଶପୁର ଚମ୍ପିୟନ ।

ନିମାପଡା, ୨୮/୦୨/୨୦୨୬ (ଓଡ଼ିଶା ସମାଚାର)-ନିମାପଡା ବ୍ଳକ ଅନ୍ତର୍ଗତ ଚାରିଛକ ନିକଟସ୍ଥ ତୁଳସୀପୁର ବଡ ପଡିଆ ଠାରେ ବାବା ବାସୁଦେବ କ୍ରିକେଟ କ୍ଳବ ତୁଳସୀପୁର ଦ୍ୱାରା ଆୟୋଜିତ ୨୦୨୬ କ୍ରିକେଟ ଫାଇନାଲ ମ୍ୟାଚରେ ଏରଂଚ ଟିମ ଅଡଶପୁର ଚମ୍ପିୟନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଏରଂଚ କ୍ରିକେଟ ଟିମ ଅଡଶପୁର ଓ କେନ୍ଦ୍ରାପଟି କ୍ରିକେଟ ଟିମ ଅସ୍ତରଙ୍ଗ । ଏରଂଚ ଟିମ ପ୍ରଥମେ ଟଚ୍ଜିଣି ବ୍ୟାଟି କରି ୧୨ ଓଭରରେ ୮ ଉଇକେଟ ହରାଇ ସଂଗ୍ରହ କରିଥିଲା ୧୨୭ ରନ । ଟିମ ପକ୍ଷରୁ ପ୍ରକାଶ ସେଠୀ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଟିମର ବୋଲର ରିଙ୍କୁ ନାୟକ ୩ଟି ଉଇକେଟ ଅକ୍ତିଆର କରିଥିଲେ । ତାର ଜବାବରେ କେନ୍ଦ୍ରାପଟି ଟିମ ବ୍ୟାଟିଂକରି ସମସ୍ତ ଉଇକେଟ ହରାଇ ୧୨୦ ରନ ସଂଗ୍ରହ କରି ପରାଜିତ ହୋଇଥିଲା ।

ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କ୍ରୀଡାବିତ ତଥା ନିମାପଡା ପ୍ରେସ କ୍ଳବର ସଭାପତି ଅକ୍ଷୟ କୁମାର ବେହେରା,ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର,ଚାରିଛକ ପ୍ରେସ କ୍ଳବ ସଭାପତି ପ୍ରଫୁଲ କୁମାର କର,ତୁଳସୀପୁର ଗ୍ରାମ୍ୟକମିଟି ସଭାପତି ବନବିହାରୀ ଦାଶ,ସରପଂଚଙ୍କ ପ୍ରତିନିଧି ଅରକ୍ଷୀତ ଭୋଇ,ସମିତିସଭ୍ୟଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ,ପୁର୍ବତନ ସ୍କୋରର ଦିଲ୍ଲୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ । ଡିଉଜ ବଲରେ ନଖେଳି କ୍ରକ ବଲରେ ଖେଳିଲେ ଭବିଷ୍ୟତରେ ଜଣେ ଜଣେ ଭଲ ଖେଳାଳୀ ହୋଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ମ୍ୟାଚରେ ବିଜେତା ଦଳ ଏରଂଚ ଟିମର ପ୍ରକାଶ ଚନ୍ଦ୍ର ସେଠୀ ମ୍ୟାନ ଅଫଦ ମ୍ୟାଚ ଓ ରନର୍ସ ଦଳ କେନ୍ଦ୍ରାପଟିର ରିଙ୍କୁ ରାଉତଙ୍କୁ ମ୍ୟାନ ଅଫଦ ସିରିଜ ଭାବେ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଚମ୍ପିୟନ ଟିମକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଚମ୍ପୟନ ଟ୍ରଫି ଓ ରନର୍ସ ଟିମକୁ ସରପଂଚଙ୍କ ପ୍ରତିନିଧି ଶ୍ରୀ ଭୋଇ ରନର୍ସ ଟ୍ରଫି ପ୍ରଦାନ କରିଥିବା ବେଳେ ବେଷ୍ଟ ଅମ୍ପାୟର ଭାବେ ରଂଜନ ଭୋଇଙ୍କୁ ପ୍ରେସ କ୍ଳବ ସଭାପତି ଶ୍ରୀଯୁକ୍ତ କର ସମ୍ମାନୀତ କରିଥିଲେ ।

ଆଜିର ମ୍ୟାଚକୁ ଅମ୍ପାୟର ଭାବେ ପରିଚାଳନା କରିଥିଲେ ଭବାନୀ ଶଙ୍କର ତ୍ରିପାଠୀ ଓ ରଂଜନ କୁମାର ଭୋଇ । ସ୍କୋରର ଭାବେ ଲିଙ୍ଗରାଜ ସାହୁ,ରାଜ କିଶୋର ସାହୁ,ଦିନ ବନ୍ଧୁ ମହାରଣା କାର୍ଯ୍ୟ ତୁଳାଇଥିବା ବେଳେ ସତ୍ୟ ରଜଂନ ଶତପଥି ଓ ସ୍ୱାଧିନ କୁମାର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ମ୍ୟାଚର ଆୟୋଜକ ଚକ୍ରଧର ସାହୁ,ପରିଚାଳକ ଜିତେନ୍ଦ୍ର କୁମାର ଭୋଇ,କ୍ରିକେଟର ବିଶ୍ୱଜିତ ତ୍ରପାଠୀ,ପ୍ରସନ୍ ସାହୁ,କାଳନ୍ଦି ଭୋଇ,ରଘୁନାଥ ଭୋଇ, ତ୍ରିଲୋଚନ ଭୋଇ,ପ୍ରସନ୍ନ ବେହେରା,ମିଲୁ ଭୋଇ,ମିଟୁ କାଣ୍ଡି,ଟୁଟୁ କାଣ୍ଡି, ବ୍ରହ୍ମାନନ୍ଦ ଭୋଇ,ସୁକୁଟା ଭୋଇ,ଦୁଶାସନ ଭୋଇ,ବାଟୁଆ ଭୋଇ,ପ୍ରସନ୍ନ ଭୋଇଙ୍କ ସମେତ ବାବା ବାସୁଦେବ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *