ଆସନ୍ତାକାଲି  ତିନି ଦିନିଆ  କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

କୋରାପୁଟ ଜିଲ୍ଲା ମହୋତ୍ସବ ପରବ ୨୦୨୪ ରେ  ଯୋଗ ଦେବେ

ଭୁବନେଶ୍ୱର, ୧୭/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆସନ୍ତାକାଲି ଠାରୁ ତିନି ଦିନ  ଅର୍ଥାତ ତା ୧୮, ୧୯ ଓ ୨୦ ରିଖ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା କୋରାପୁଟ ଜିଲ୍ଲା ମହୋତ୍ସବ “ପରବ ୨୦୨୪” ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡା ଏହି ଦୁଇ ଜିଲ୍ଲା ରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ ଓ ଏହି ଦୁଇ ଜିଲ୍ଲା ରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ କାର୍ଯ୍ୟକୁ ମଧ୍ୟ  ସମୀକ୍ଷା କରିବେ।

Leave a Reply

Your email address will not be published. Required fields are marked *