କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଏଵେ ଲେଡି ସିଂଘମ୍ ଭାବେ ବେଶ୍ ଚର୍ଚ୍ଚାରେ

କଟକ ସଦର ,୧୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ କିଶନନଗର ଥାନାରେ ମାତ୍ର ଵର୍ଷକ ତଳେ ଯୋଗଦେଇଥିବା ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ କାର୍ଯ୍ୟଦକ୍ଷତା ଏବେ ଲେଡି ସିଂଘମ୍ ଭାବେ ବେଶ୍ ଚର୍ଚ୍ଚାରେ ରହିଛି।

ଜଣେ ମହିଳା ଅଧିକାରୀ ଭାବେ ରାତିଦିନ ଏକ କରି ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଥିଵାରୁ ଅପରାଧୀମାନଙ୍କ ନିଦ ହଜିଯାଇଛି। ପୂର୍ବରୁ ଯେଉଁଠି ପୁରୁଷ ଅଧିକାରୀ ମାନେ କାର୍ଯ୍ୟଦକ୍ଷତା ପ୍ରଦର୍ଶନରେ ପଛରେ ପଡ଼ିଯାଇଥିଲେ ସେଠାରେ ଦୂର୍ଗେଶ ନନ୍ଦିନୀ କୌଣସି ଚାପର ବଶବର୍ତ୍ତୀ ନହୋଇ ନିର୍ଭୟରେ କାର୍ଯ୍ୟକ୍ରମ ଜାରି ରଖିଥିବାକୁ ନେଇ ସାଧାରଣରେ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି।

ସେହିପରି ପାର୍ବଣ ଋତୁରେ ଡିଜେ ମୁକ୍ତ ରୋଷଣୀ ଓ ନିଶାମୁକ୍ତ ଭସାଣି କରିବାକୁ ଦୃଢ ନିଷ୍ପତ୍ତି ନେଇ ଗତ ଯଶପଡା ଗଣେଶ ଭସାଣି ରେ ତାହା ବାସ୍ତବରେ କରାଇ ଆଗାମୀ ଦିନ ପାଇଁ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି। ଯେଉଁଥିପାଇଁ ଲେଡୀ ସିଂଘମ ଦୂର୍ଗେଶ ନନ୍ଦିନୀ ଙ୍କ ନାଁ ଶୁଣି ବହୁତ ବାହାର ର ଲୋକେ ଯଶପଡା ଗଣେଶ ଭସାଣି କୁ କେବଳ ତାଙ୍କୁ ଦେଖିବାକୁ ଆସି ତାଙ୍କ ସହିତ ଖୁସିରେ ଫଟୋ ଉଠାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *