ଧର୍ମପରାୟଣ ମହିଳା ସୁଲୋଚନା ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

କଟକ ସଦର,୦୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ମହୁରା ଗ୍ରାମର ଧର୍ମପରାୟଣ ମହିଳା, ପୂର୍ବତନ ସରପଂଚ ତଥା ବରିଷ୍ଠ ବିଜେପି ନେତା ନିର୍ମଳ ଦାସ ଙ୍କ ମାତା ସୁଲୋଚନା ଦାସ ଙ୍କ ଆଜି ବୁଧବାର ଶ୍ରାଦ୍ଧବାର୍ଷିକୀ ରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଵିଜେପି ମୁଖପାତ୍ର ଦିଲ୍ଲିପ ମଲ୍ଲିକ,ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ସଭାପତି ସମାଜସେବୀ ପ୍ରଫେସର ମନୋଜ ନାୟକ,ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଲିଙ୍ଗରାଜ ମଲ୍ଲିକ, ହୃଦାନନ୍ଦ ହୋତା, ଓଡ଼ିଶା ରାଷ୍ଟ୍ରଵାଦୀ ସଂଘ ସଭାପତି ଗିରିଜା ଶଙ୍କର ପତି,ଦେଵୀ ପତି,କିରଣ ଚନ୍ଦ୍ର ସାହୁ,ମୁକ୍ତାର ଅଲ୍ଲୀ,ପିୟୁଷ ପରିଡ଼ା, ଲକ୍ଷ୍ମୀ ପ୍ରିୟା ସ୍ୱାଇଁ, ସରପଂଚ ଅଶୋକ ପାତ୍ର ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ସୁଲୋଚନା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *