ଜୁନାଗଡ଼,୦୯/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ଥିଲା ଦୁର୍ଗା ପ୍ରସାଦ ନାୟକଙ୍କ ଜନ୍ମଦିନ । ଦୁର୍ଗା ପ୍ରସାଦ ନାୟକ ତାଙ୍କ ଜନ୍ମଦିନ ଉପଲକ୍ଷେ ସେ ନିଜେ ପଢ଼ିଥିବା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଜନ୍ମଦିନ ପାଳନ କରିଥିଲେ ।
ଏହି ଅବସରରେ ସେ ଜୁନାଗଡ଼ ହାଇସ୍କୁଲରେ ୨୦୨୪-୨୫ ମସିହାର ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ନିଜ ଭଉଣୀ ଆଦ୍ୟାସା ସାହୁଙ୍କୁ ଆର୍ଥିକ ସହାୟତା
ଭାବେ ୧୦,୦୦୦ ଟଙ୍କା ଦାନ କରିଛନ୍ତି। ସେହିପରି ଖେଳପଡ଼ିଆ ଓ ପୁରୁଣା ଛାତ୍ର କାର୍ୟ୍ୟାଳୟ ମରାମତି ପାଇଁ ‘ପଞ୍ଚ ସଖା ଶିକ୍ଷାସେତୁ’ ଯୋଜନାକୁ ୧,୧୧,୦୦୦ ଟଙ୍କା ଦାନ କରିଛନ୍ତି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା।
ତାଙ୍କ ଜନ୍ମଦିନ ତାଲବନ୍ଧପଡ଼ା ୟୁପି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହର ସହ ପାଳନ ହୋଇଥିଲା। ଏହାସହ ତାଙ୍କ ବାପା ସ୍ବର୍ଗତ ଗଣପତି ନାଏକ ଙ୍କ ସ୍ମୃତି ଉଦେଶ୍ୟରେ ଖୋଲାଯାଇଥିବା ତାଲବନ୍ଧପଡ଼ା ସ୍ଥିତ ସାବିତ୍ରୀ ବାଇ ଫୁଲେ ପାଠଶାଳା ର ଛୋଟ ଭାଇଭଉଣୀମାନଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଶେଷରେ ସେ କଳାହାଣ୍ଡି ବଙ୍କା ସମାଜର ଜିଲ୍ଲା ସଭାପତି ଓ ଅନ୍ୟ ସଦସ୍ୟମାନଙ୍କ ସହ ମଧ୍ୟ ନିଜ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନରେ ମିଳିଥିବା ଭଲପାଇବା,ଆଶୀର୍ବାଦ,ଶୁଭେଚ୍ଛା ଓ ଅଭିନନ୍ଦନ ପାଇଁ ସେ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
