ଯାଜପୁର , ୩୦/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ପଶ୍ଚିମବଙ୍ଗ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପଞ୍ଚାୟତି ରାଜ ର ଏକ ପ୍ରତିନିଧି ମଙ୍ଗଳବାର ଯାଜପୁର ବ୍ଲକର ସୁଜନପୁର ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଜଳ ଏବଂ ପରିମଳ ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ (ପି ଆଣ୍ଡ ଆରଡି), ଜନସ୍ୱାସ୍ଥ୍ୟ , ଇଞ୍ଜିନିୟର୍ସ (PHE), ସରକାରୀ ବିଭାଗର ସାତ ଜଣ ବରିଷ୍ଠ ଅଧିକାରୀ ଏହି ପରିଦର୍ଶନ ଟିମ୍ ରେ ଯୋଗ ଦେଇ ସରପଂଚ ଓବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ଟିମ୍ ସୁଜନପୁର ମେଡିକାଲ , ବର୍ଜ୍ୟ ବସ୍ତୁ ସୁରକ୍ଷିତ ସେଣ୍ଟର, ଶଵ ଦାହ କେନ୍ଦ୍ର , ରୁଦ୍ର ଚରଣ ଉଚ୍ଚ ବିଦ୍ୟାଳୟ, ବସୁଧା ପ୍ରକଳ୍ପ ପରିଦର୍ଶନ କରି ଏହାର ଲାଭ ଏବଂ ବ୍ୟବହାର ସମ୍ପର୍କରେ ସରପଞ୍ଚ, ସ୍ଥାନୀୟ ଅଞ୍ଚଳ ର ଅଧିବାସୀ , ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି।
ଏହି ଟିମ୍ ମୁଖ୍ୟ ଙ୍କ ସହ ସୁଜନପୁର ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ , ଯାଜପୁର ବିଡ଼ିଓ ସ୍ଵାଗତ ଦାସ , ପଞ୍ଚାୟତ ସଭାପତି ବ୍ରହ୍ମାନନ୍ଦ ପଣ୍ଡା, ସମିତି ସଭ୍ୟ ନାରାୟଣ ଜେନା, ବିଆରସି ସୁଶ୍ରୀ ପରିଡ଼ା , ସରପଂଚ ପ୍ରତିନିଧି ଗଣେଶ୍ୱର ମହାକୁଡ , ଏଡିଓ ତାପସ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଆଜିର ଗସ୍ତର ଉଦ୍ଦେଶ୍ୟ ହେଉଛି ସୁଜନପୁର ପଞ୍ଚାୟତର ଗ୍ରାଉଣ୍ଡ ସ୍ତରରେ ଜଳ ଏବଂ ପରିମଳ ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଦେଖିବା । ପଶ୍ଚିମବଙ୍ଗ ରାଜ୍ୟର ଅଧିକାରୀ ମାନେ ପଂଚାୟତ ଓ ବ୍ଲକ ସ୍ତର ର କାର୍ଯ୍ୟକର୍ତ୍ତା ଏବଂ ଜଳ, ପରିମଳ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ପ୍ରଦାୟ ଭିତ୍ତିକ ପରିଚାଳନାର ବିଭିନ୍ନ ଦିଗ ଉପରେ ନିର୍ବାଚିତ ପ୍ରତିନିଧୀ ଙ୍କ ସହ ଯୋଗାଯୋଗ କରିଥିଲେ।