ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମନୋଜ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ।

କଟକ,୨୯।୦୨।୨୦୨୪ (ଓଡ଼ିଶା ସମାଚାର)  : କଟକ ସଦର ୪୨ ମୌଜାର ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବାଲେଶ୍ଵର ଜିଲ୍ଲାର ଶଙ୍ଖରୀ ଗ୍ରାମର ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିବା କିମ୍ବଦନ୍ତୀ ଗାଳ୍ପିକ,ବାଗ୍ମୀ ତଥା ଆଧ୍ୟାତ୍ମିକବାଦି ମନୋଜ ଦାସଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ତାଙ୍କ ଧର୍ମପତ୍ନୀ ଶ୍ରୀ ଅରବିନ୍ଦ ଦର୍ଶନରେ ଅନୁପ୍ରାଣିତ ଖ୍ୟାତି ସଂପନ୍ନ କବି ସରୋଜ ନଳିନୀ ପରିଜା ଓ ତାଙ୍କ ସୁକନ୍ୟା ଆଦର୍ଶ ନାରୀ ପ୍ରତିଭା ଶ୍ରାବନ୍ତିକା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମହାନ୍ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସାହିତ୍ୟିକ,ସାରସ୍ଵତ ସାଧକ ଗବେଷକ ମନୋଜ ଦାସଙ୍କ ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *