ଏଟିଏମ୍ କାର୍ଡ ଓ ମୋବାଇଲ ଚୋର ଗିରଫ

ବାଲିଗୁଡା,୦୮/୦୫/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୋଲିସ୍ ଏକ ଏଟିଏମ୍ କାର୍ଡ ଓ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। କ.ନୂଆଗାଁ ପୋଲିସ ଅଧିକାରୀଙ୍କ ନିକଟରେ କଞ୍ଜାମେଣ୍ଡିର ମହେଶ୍ବର ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ ଏକ ଲିଖିତ ଅଭିଯୋଗ କରିଥିଲେ ।

ତାଙ୍କ ବାପାଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ସିର୍ତ୍ତିଗୁଡା ର ବୈଲ ଦଣ୍ଡିଆର ପୁଅ ରମେଶ ଦଣ୍ଡିଆ (ବୟସ ୩୩) ଗୋଟିଏ ମୋବାଇଲ ଓ ଏଟିଏମ୍ କାର୍ଡ ସହିତ ସିକ୍ରେଟ କୋର୍ଡ ନେଇ ଯାଇଥିଲା। ନେବା ପରେ ଏଟିଏମ୍ କାର୍ଡ ବ୍ୟବହାର କରି ସନ୍ତୋଷ ପ୍ରଧାନଙ୍କ ଏକାଉଣ୍ଟ ରୁ ୨୨୪୦୦ ଟଙ୍କା ଉଠାଣ କରିଥିଲା।

ଏନେଇ ଥାନାରେ ଅଭିଯୋଗ ପରେ ଉକ୍ତ ମାମଲାକୁ ଏସଆଇ ଅଶୋକ କୁମାର ତ୍ରିପାଠୀ ତଦନ୍ତ କରି ଥାନା କେସ ନଂ ୮୦/୨୫ ଧାରା ୩୦୩ (୨), ୩୦୫,୩୦୯ (୪) ବିଏନଏସ ନିୟମ ଋଜୁ କରିଥିଲେ। ପୋଲିସ ତଦନ୍ତ କରି ଆସାମୀ ରମେଶ ଦଣ୍ଡିଆକୁ ଗିରଫ କରିବା ସହିତ ମୋବାଇଲ ଓ ନଗଦ ୧୭୫୦୦ ଟଙ୍କା ଜବତ କରି କୋର୍ଟକୁ ପଠାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *