ଓଡିଶା ସଂଗୀତ ଜଗତର ଅମ୍ଲାନ ପ୍ରତିଭା ଥିଲେ ସ୍ବର୍ଗତ ଲିଟିଲ କର

ଭୁବନେଶ୍ୱର ୦୪/୦୯/୨୦୨୫ (ଓଡ଼ିଶା ସମାଚାର)-  ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ବର୍ଗତ ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ “ଲିଟିଲ କର ସ୍ମୃତି ନ୍ୟାସ “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ “ଆନୁକୂଲ୍ୟରେ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବ ଓ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଲିଟିଲ କର ଗାନ କରିଥିବା ସଂଗୀତ ପରିବେଷଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡ଼ିଆର ପରିଚାଳନା ନିର୍ଦ୍ଧେଶକ, ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟନାୟକ, ସମ୍ମାନିତ ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ସଂଗୀତ ନିର୍ଦ୍ଧେଶକ, ଅଭିନେତା ଜୁବୁଲି ସୁନ୍ଦରାୟ, ଭାଷାପ୍ରାଣ ରବି ନନ୍ଦ ଯୋଗଦେଇ ସ୍ବର୍ଗତ ଲିଟିଲ କର ଓଡିଶା ସଂଗୀତ ଜଗତର ଯୁବ ଉଜ୍ବଳ ଜ୍ୟୋତିଷ୍କ, ଯୁବ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ସହିତ ବହୁମୁଖୀ ପ୍ରତିଭା ର ଅଧିକାରିଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ପଟନାୟକ ଲିଟିଲ କରଙ୍କ ସଂଗୀତ ତଥା ବହୁମୁଖୀ ପ୍ରତିଭା ଆଜିର ଯୁବ ପୀଢ଼ିଙ୍କୁ ସର୍ବଦା ପ୍ରେରଣା ଯୋଗାଇବା ସହିତ ତାଙ୍କ ସଂଗୀତ ପାଇଁ ଚିର ସ୍ମରଣୀୟ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ “ଲିଟିଲ ବିଗ ରୋଲ ମଡେଲ “ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ସଭାପତି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ ଜଗନ୍ନାଥ ଭଜନ ଗାନ କରିବା ସହିତ, ବନ୍ଦେ ଉତ୍କଳ ଜନନୀ ଗାନ କରିବା,ସ୍ୱର ଦେବା ସହିତ କମ ବୟସରେ ବହୁ ପ୍ରତିଭା ର ଅଧିକାରିଣୀ ହୋଇ ପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ଲିଟିଲ ପ୍ରତିଭା ସମ୍ମାନ ଅନୁଷ୍ଠିତ ହେବ ବୋଲି ପ୍ରଦ୍ୟୁମ୍ନ ବାବୁ ମତବ୍ୟକ୍ତ କରିଥିଲେ । ତାଙ୍କ ସଂଗୀତ, ନୃତ୍ୟ, ଅଭିନୟ ପ୍ରମୁଖ ଆଜିର ଯୁବପୀଢ଼ିଙ୍କୁ ସଦା ପ୍ରେରଣା ଦେବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ କୁ ମନୋଜ ବଠୁ,ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ବରିଷ୍ଠ ସାମ୍ବାଦିକ କ୍ରାନ୍ତି ସକ୍ସେନା, ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ତୃପ୍ତିମୟୀ ମକଦମ ।

Leave a Reply

Your email address will not be published. Required fields are marked *