ଗରଦପୁର, ୦୩/୦୯/୨୦୨୫(ଓଡ଼ିଶା ସମାଚାର)- ଲୋକନାଥ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ବିଜୟ କୁମାର ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଦିଲିପ କୁମାର ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଷ୍ଟାଫ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଉତ୍ସବରେ ସମ୍ପାଦକ ସୁରେନ୍ଦ୍ର କୁମାର ମହାରଣା ସଂଯୋଜନା କରିଥିଲେ ।
ଏଥିରେ ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ପରିଡ଼ା , ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗଦେଇ ଶ୍ରୀ ସାହୁଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ଅବଶିଷ୍ଟ କର୍ମମୟ ଜୀବନ ଆନନ୍ଦମୟ ଭାବରେ ଅତିବାହିତ ହେଉ ବୋଲି ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ପରିଶେଷରେ ବିଦାୟୀ ପ୍ରାଧ୍ୟାପକ ଶ୍ରୀ ସାହୁ ମହାବିଦ୍ୟାଳୟରେ ତାଙ୍କର ସ୍ମ୍ରୁତିର ଝଲକ ଆଲୋକପାତ କରିଥିଲେ ।
ଉତ୍ସବରେ ସାଇ ଭଜନ ଗାନ କରାଯିବା ସହ ମାନପତ୍ର, ଉତରୀୟ ପ୍ରଦାନ କରାଯାଇ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ , ଅଧ୍ୟାପକ ସାଶ୍ୱତ ଚନ୍ଦନ ସାମନ୍ତରାୟ, ଅଧ୍ୟାପକ ଚିତ ରଂଜନ ବିଶ୍ୱାଳ ମଧ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଂଘ କୋଷାଧ୍ୟକ୍ଷ ଅଧ୍ୟାପକ ରାକେଶ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।
