ଭୁବନେଶ୍ୱର, ୦୧/୦୯/୨୦୨୫ (ଓଡ଼ିଶା ସମାଚାର)- ଗତ ୨୯ ତାରିଖ ଅପରାହ୍ନରେ ଆୱାକେନ୍ ଟ୍ରଷ୍ଟ ପକ୍ଷରୁ “ଧ୍ୱନି ୨୦୨୫”ର ତୃତୀୟ ବାର୍ଷିକ ଉତ୍ସବ ଭୁବନେଶ୍ଵର ସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋଟିୟମରେ ଆୟୋଜିତ ହୋଇଥିଲା।
ସୁନ୍ଦର ସଙ୍ଗୀତର ତାଳେ ତାଳେ କର୍କଟ ରୋଗର ଯୋଦ୍ଧା, ଭିନ୍ନକ୍ଷମ ଓ ଅଟିଶ୍ଟିକ ଶିଶୁ , ପାରା ଆଥଲେଟ ଏବଂ ଗ୍ରାମୀଣ ସ୍ୱୟଂସିଦ୍ଧା ମହିଳା ଉଦ୍ୟୋଗୀମାନଙ୍କ ରାମ୍ପ ୱାକ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା। ଜୀଵନ ଯୁଦ୍ଧରେ ଲଢ଼ୁଥିବା ଏହି ସମସ୍ତ ଯୋଦ୍ଧାମାନେ ସମାଜ ପାଇଁ ଏକ ପ୍ରେରଣା “ପ୍ରତ୍ୟେକ ଅସମର୍ଥତା ଭିତରେ ଥାଏ ସଫଳତାର ରହସ୍ୟ” ଏହା ହିଁ ଥିଲା ଏହି କାର୍ଯ୍ୟକ୍ରମ ଜରିଆରେ ସମାଜକୁ ଏକ ବାର୍ତ୍ତା।
ଏହି ପ୍ରେରଣାଦାୟୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ତଥା ବର୍ତ୍ତମାନର ଜାତୀୟ ମାନବାଧିକାର କମିଶନଙ୍କ ମାନ୍ୟବର୍ ସଦସ୍ୟ ଜଷ୍ଟିସ ଡ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇ ବେଶ ଭାବପ୍ରବଣ ହୋଇ ପଡ଼ିଥିଲେ। କର୍କଟ ରୋଗକୁ ଭୟଭୀତ ନ ହୋଇ ମନୋବଳ ଦୃଢ଼ କରି ଉପଯୁକ୍ତ ଭାବେ ଚିକିତ୍ସିତ ହୋଇ ଏହି ଦୁରାରୋଗ୍ୟ ବ୍ୟାଧିକୁ ପ୍ରତିହତ କରି ଏକ ନୂଆ ଜୀବନ ଜିଁଇବାକୁ ପ୍ରେରଣା ଯୋଗାଉଥିବା ଏହିପରି ପ୍ରୟାସର ସେ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନୀତ ଅତିଥି ଭାବରେ ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ଼. ଅଜୟ କୁମାର ନାୟକ ଯୋଗ ଦେଇ ଏହିପରି କାର୍ଯ୍ୟକ୍ରମର ଗୁରୁତ୍ଵ ଉପରେ ଆଲୋଚନା କରିଥଲେ।
ଆୱାକେନ୍ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ସ୍ୱାଗତିକା ଆଚାର୍ଯ୍ୟ, ମୁଖ୍ୟ ପରାମର୍ଶଦାତା ଡ ରୀନା ରାଉତରାୟ ଏବଂ ସମ୍ମାନୀତ ଅତିଥି ଭାବରେ ଜାତୀୟ ମାନବାଧିକାର କମିଶନଙ୍କ କୋର୍ ସଦସ୍ୟ ଶ୍ରୀ ମନୋଜ ଜେନା, ସ୍ପାର୍କ ପ୍ରାଇଭେଟ୍ ଲିମିଟେଡର ଉପ ସଭାପତି ଶ୍ରୀମତୀ ଶୁଭ୍ରା ମିଶ୍ର, ହିଣ୍ଡାଲ୍ କୋ ପ୍ରାଇଭେଟ୍ ଲିମିଟେଡର ଉପ ସଭାପତି ଡ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଡ ପ୍ରଜ୍ଞା ମିଶ୍ର, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀ ବାସୁଦେବ ଭଟ୍ଟ, ଶ୍ରୀମତୀ ଜ୍ୟୋତ୍ସ୍ନା ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା ।
ଏମ୍ସିଏଲ୍, ବିଗ୍କପ୍ କାଫେ, ପ୍ରାଇମ୍ ମସାଲା, ଅମୁଲ ଇଣ୍ଡିଆ, ୱାରିସ ଫାଉଣ୍ଡେସନ ଓ ଅନେକ ସ୍ବେଛାସେବୀ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ଏବଂ ଟ୍ରଷ୍ଟର ପ୍ରେସିଡେଣ୍ଟ ଡ଼. ମନିଷା ପଣ୍ଡା, ସଦସ୍ୟ ଡ଼. ସୌମ୍ୟ ସୁରଥ ପଣ୍ଡା, ଶ୍ରୀ ସୁଭ୍ରଜିତ ଜେନା, ସୁରଜିତ, ଶୁଭ, ବରୁଣ, ବୟନିକା, ପିନାକି, ସୁପ୍ରୀତି, ସୁଶିଲ, ଶ୍ରୀ ଗଣେଷ ଚନ୍ଦ୍ର ଜେନା, ଶ୍ରୀମତୀ ପୂର୍ଣ୍ଣିମା ମହାପାତ୍ର ଓ ପ୍ରଚ୍ଛଦପଟରେ ଅନେକ ଶୁଭେଚ୍ଛୁମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ
ଏହି ଅଭିନବ କାର୍ଯକ୍ରମ ଟି ସମାଜ ପାଇଁ ଏକ ବାର୍ତ୍ତାବାହକର ଭୂମିକା ଗ୍ରହଣ କରିପାରିଛି।
